fbpx

ସେୟାର୍ ମାର୍କେଟ ଭାଙ୍ଗିଲା ସବୁ ରେକର୍ଡ, ସେନସେକ୍ସ ପ୍ରଥମ ଥର ପାଇଁ ପାର୍ କଲା ୬୧୮୦୦ ପଏଣ୍ଟ୍

ନୂଆଦିଲ୍ଲୀ: ସେୟାର୍ ବଜାର ଆଜି ଆରମ୍ଭରୁ ହିଁ ରେକର୍ଡ କରିଛି । ସପ୍ତାହର ପ୍ରଥମ ଦିନ, ସୋମବାର ଦିନ ସେନସେକ୍ସ ଓ ନିପ୍ଟି ଏକ ନୂଆ ରେକର୍ଡ କରିଛି । ବିଏସଇର ସେନସେକ୍ସ ୬୧, ୮୧୭ ଅଙ୍କ ସହିତ ସର୍ବକାଳୀନ ରେକର୍ଡ କରିଛି ଏବଂ ନିଫ୍ଟି ନୁତନ ରେକର୍ଡ ୧୮,୫୦୦ ଅଙ୍କ ସହିତ କାରବାର ଆରମ୍ଭ କରିଛି । ପ୍ରାରମ୍ଭିକ କାରବାରରେ ସେନସେକ୍ସ ୫୨୩ ଅଙ୍କ ସହିତ ୬୧,୮୨୯ ଅଙ୍କରେ ରହିଥିଲା । ଅନ୍ୟପଟେ ନିଫ୍ଟି ୧୪୪ ଅଙ୍କ ବଢ଼ିବା ସହିତ ୧୮,୪୮୩ ଅଙ୍କ ହୋଇଛି । ଆଜି ସେୟାର୍ ମାର୍କେଟ ଖୋଲିବା ପରେ ଇନଫୋସିସ୍ ଦୁଇ ପ୍ରତିଶତ ବୃଦ୍ଧି ସହିତ ଶୀର୍ଷରେ ରହିଛି । ଏହାପରେ କ୍ରମଶଃ ଟାଟା ଷ୍ଟିଲ୍, ଏଚଡିଏଫସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ଟାଇଟନ୍ ଏବଂ ଇଣ୍ଡସଇଣ୍ଡ ବ୍ୟାଙ୍କର ଲାଭ ହୋଅଇଛି । ଅନ୍ୟପଟେ ଏଶିଆନ୍ ପେଣ୍ଟ୍ସ, ବଜାଜ୍ ଅଟୋ, ଡ. ରେଡିଜ୍ ଏବଂ ଏଚସିଏଲ୍ ଟେକ୍ ଆରମ୍ଭରୁ ହିଁ କ୍ଷତି ସହିଛି ।

 

 

Get real time updates directly on you device, subscribe now.