fbpx

ଭିଜିଲାନ୍ସ ପଞ୍ଝାରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ, ଘରୁ ୧୪୪୦ ଗ୍ରାମର ସୁନା ଜବତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭିଜିଲାନ୍ସ ପଞ୍ଝାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ରେଡ ବେଳେ ଘରୁ ୧ କେଜି ୪୪୦ ଗ୍ରାମର ସୁନା ଜବତ ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି । ସବ୍ୟସାଚୀ ବ୍ରାଣ୍ଡର ୨୪ ଲକ୍ଷ ୨୫ ହଜାର ଟଙ୍କା ଗହଣା ଘରୁ ଜବତ କରାଯାଇଛି । ଆୟ ବର୍ହିଭୂତ ସମ୍ପତ୍ତି ଅଭିଯୋଗରେ ଗତକାଲି ପ୍ରଦୀପଙ୍କ ଘରେ ରେଡ୍ ହୋଇଥିଲା । ପ୍ରଦୀପଙ୍କ ସମ୍ପତ୍ତି ଆଟାଚ୍ ନେଇ ପଦକ୍ଷେପ ନିଆଯାଉଛି । ବ୍ୟାଙ୍କ ଆକାଉଣ୍ଟ ଗୁଡ଼ିକୁ ଫ୍ରିଜ୍ କରିବାକୁ ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି । ଏହା ସହ ଚଢ଼ାଉ ବେଳେ କେତେକ ଗୁରୁତ୍ୱପୂର୍ଣର୍ କାଗଜପତ୍ର ଜବତ ହୋଇଛି । ଜବତ ହୋଇଥିବା କାଗଜପତ୍ରର ଛାନଭିନ୍ କରାଯିବ । ୨୩ ଘଣ୍ଟାର ମାରାଥନ ରେଡ୍ ପରେ ଏନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସମ୍ପର୍କୀୟ ଓ ସହଯୋଗୀଙ୍କ ଘର ସମେତ ୧୫ଟି ସ୍ଥାନରେ ହୋଇଥିଲା ଏକକାଳୀନ ଚଢ଼ାଉ । ଜମି, ଘର, ସୁନା ଗହଣା ଓ ଅନ୍ୟାନ୍ୟ ଦାମୀ ଜିନିଷ କିଣିବାର କାଗଜପତ୍ର ଜବତ କରିଛି ଭିଜିଲାନ୍ସ । ଏଥିସହ ତାଙ୍କର ବ୍ୟାଙ୍କ ପାସବୁକ୍, କ୍ରେଡିଟ୍ ଓ ଡେବିଟ୍ କାର୍ଡ, ଲାପଟପ୍ ଏବଂ ମୋବାଇଲ୍ ଫୋନକୁ ସିଜ୍ କରାଯାଇଛି । ରେଡ୍ ବେଳେ ତାଙ୍କର ଜଣେ ସହଯୋଗୀଙ୍କ ଘରୁ ୨୦ ଲକ୍ଷ ଟଙ୍କା ଜବତ ହୋଇଛି ।

Get real time updates directly on you device, subscribe now.