fbpx

ମହିଳା କାର୍ଡର ନାଟକ କରୁଛି କଂଗ୍ରେସ, ଜାଣନ୍ତୁ କାହିଁକି ଏମିତି କହିଲେ ମାୟାବତୀ

ନୂଆଦିଲ୍ଲୀ: ୨୦୨୨ ଉତ୍ତରପ୍ରଦେଶ ସାଧାରଣ ନିର୍ବାଚନରେ ମହିଳାଙ୍କ ପାଇଁ ୪୦% ଟିକେଟ ସଂରକ୍ଷଣ ପ୍ରତିଶ୍ରୁତିକୁ ନେଇ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ମାୟାବତୀ । ବହୁଜନ ସମାଜ ପାର୍ଟୀ ମୁଖ୍ୟ ମାୟାବତୀ କଂଗ୍ରେସର ମହିଳାଙ୍କୁ ଆସନ ପ୍ରଦାନ କରିବା ପ୍ରତିଶ୍ରୁତିକୁ ନିର୍ବାଚନୀ ଡ୍ରାମା ବୋଲି କହିଛନ୍ତି ମାୟାବତୀ । ମାୟାବତୀ ଏକ ଟ୍ୱିଟ କରି କହିଛନ୍ତି ଯେ କଂଗ୍ରେସର ମହିଳାଙ୍କ ହିତ ପାଇଁ ଇଚ୍ଛାଶକ୍ତି ନାହିଁ । ଯଦି ଉଚ୍ଛାଶକ୍ତି ଥାନ୍ତା ତେବେ ସେ କ୍ଷମତାରେ ଥିବାବେଳେ ସଂସଦରେ ୩୩% ମହିଳା ସଂରକ୍ଷଣ କରିଥାନ୍ତା ।

ସୂଚନାଯୋଗ୍ୟ, କଂଗ୍ରେସ ସାଧାରଣ ସଭାପତି ପ୍ରିୟଙ୍କା ଗାନ୍ଧୀ ଘୋଷଣା କରିଥିଲେ ଯେ ୨୦୨୨ ଉତ୍ତରପ୍ରଦେଶ ସାଧାରଣ ନିର୍ବାଚନରେ ୪୦% ମହିଳାଙ୍କୁ ଟିକେଟ ଦେବ କଂଗ୍ରେସ ।

Get real time updates directly on you device, subscribe now.