fbpx

ନୂଆ ଦଳ ଗଢିବେ ଅମରିନ୍ଦର ସିଂ; ବିଜେପି ସହିତ ମେଣ୍ଟ ସମ୍ଭାବନା

ନୂଆଦିଲ୍ଲୀ: ପୂର୍ବତନ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ନିଜର ନୂତନ ରାଜନୈତିକ ଦଳ ଗଢିବା ନେଇ ସୂଚନା ଦେଇଛନ୍ତି । ମଙ୍ଗଳବାର ଅମରିନ୍ଦରଙ୍କ ମିଡିଆ ପରାମର୍ଶଦାତା ରବିନ୍ ଠକରାଲ୍ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ପଞ୍ଜାବ ବାସୀଙ୍କ ସୁବିଧା ଏହି ଦଳର ପ୍ରାଥମିକତା ରହିବ ବୋଲି ଠକରାଲ ସୂଚନା ଦେଇଛନ୍ତି । ୨୦୨୨ ପଞ୍ଜାବ ନିର୍ବାଚନ ପୂର୍ବରୁ ଏହି ରାଜନୈତିକ ଦଳ ଗଠିତ ହେବ । ଏହା ସହିତ ବିଜେପି ସହିତ ମେଣ୍ଟ ସପକ୍ଷରେ ମଧ୍ୟ ଇସାରା କରିଛନ୍ତି ଅମରିନ୍ଦର । ୩ କୃଷି ଆଇନ ପ୍ରତ୍ୟାହାର କଲେ ବିଜେପିକୁ ସମର୍ଥନ କରାଯିବ ବୋଲି ଅମରିନ୍ଦର ସୂଚନା ଦେଇଛନ୍ତି ।

ଦଳୀୟ ଗୋଷ୍ଠି କନ୍ଦଳ କାରଣରୁ ସେପ୍ଟେମ୍ବର ୧୮ ତାରିଖରେ ଅମରିନ୍ଦର ନିଜ ପଦରୁ ଇସ୍ତଫା ପ୍ରଦାନ କରିଥିଲେ । ଦୀର୍ଘଦିନ ଧରି ପୂର୍ବତନ କ୍ରିକେଟର ନଭଜୋତ ସିଂ ସିଦ୍ଧୁଙ୍କ ସହିତ ଅମରିନ୍ଦରଙ୍କ କ୍ଷମତା ଯୁଦ୍ଧା ଜାରି ରହିଥିଲା । ସୋନିଆ ଗାନ୍ଧୀଙ୍କୁ ଭେଟିବା ପରେ ଅମରିନ୍ଦର ଇସ୍ତଫା ପ୍ରଦାନ କରିଥିଲେ ।

Get real time updates directly on you device, subscribe now.