fbpx

ଷ୍ଟୋନ ବଦଳରେ କିଡନୀ କାଢିଲେ ଡାକ୍ତର; ହସ୍ପିଟାଲ ଦେବ ୧୧ ଲକ୍ଷ କ୍ଷତିପୂରଣ

ନୂଆଦିଲ୍ଲୀ: ଡାକ୍ତରଙ୍କୁ ଦ୍ୱିତୀୟ ଇଶ୍ୱର ଭାବରେ ବିବେଚନା କରାଯାଏ । ତେବେ ଡାକ୍ତରଙ୍କ ସାମାନ୍ୟ ଭୁଲ କାରଣରୁ ଜଣେ ରୋଗୀ ପ୍ରାଣ ହରାଇଛନ୍ତି । ଗୁଜରାଟର ମହୀସାଗର ଜିଲ୍ଳାରେ ୨୦୧୧ ମସିହାରେ ଏମିତି ଏକ ଘଟଣା ଘଟିଥିଲା । ଷ୍ଟୋନ ଅପରେସନ ପାଇଁ ହସ୍ପିଟାଲରେ ଆଡମିଟ ହୋଇଥିବା ଆକ୍ରାନ୍ତଙ୍କ କିଡନୀ କାଢି ନେଇଥିଲେ ଡାକ୍ତର । ମୃତକଙ୍କ ପରିବାର ଲୋକଙ୍କ ପକ୍ଷରୁ ଦାଖଲ ମାମଲା ଉପରେ ବିଚାର କରି କୋର୍ଟ ୧୧.୨୩ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ ପାଇଁ ନିର୍ଦ୍ଦେଙଶ ଦେଇଛନ୍ତି ।

ଗୁଜରାଟର ଖେଡା ଜିଲ୍ଲା ଅନ୍ତର୍ଗତ ଦେବେନ୍ଦ୍ରଭାଇ ରାୱଲ ମେ ୨୦୧୧ରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ରାୱଲଙ୍କ ବାମ କିଡନୀରେ ୧୫ ମିମିର ଷ୍ଟୋନ ରହିଥିଲା । ସେପ୍ଟେମ୍ବର ୩, ୨୦୧୧ରେ ରାୱଲଙ୍କ ଅପରେସନ ହୋଇଥିଲା । ତେବେ ଅପରେସନ ପରେ କିଡନୀ କାଢିଥିବା ନେଇ ଡାକ୍ତର ସୂଚନା ଦେଇଥିଲେ । ରୋଗୀର ସ୍ୱାସ୍ଥ୍ୟକୁ ଧ୍ୟାନ ଦେଇ ସେ ଏମିତି ନିଷ୍ପତ୍ତି ନେଇଥିବା ଡାକ୍ତର କହିଥିଲେ । ଏହାପରେ ପୀଡିତଙ୍କ ପରିବାର କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କୋର୍ଟ ୧୧.୨୩ ଲକ୍ଷର କ୍ଷତିପୂରଣ ସହିତ ୨୦୧୨ ପରଠାରୁ ୭.୫ ପ୍ରତିଶତର ସୁଧ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.