fbpx

ଦେଶରେ ପୁଣି ବଢ଼ିଲା ତେଲ ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ?

ନୂଆଦିଲ୍ଲୀ: ପେଟ୍ରୋଲ-ଡିଜେଲର ଦାମ୍ ଦିନକୁ ଦିନ ଆକାଶଛୁଆଁ ହେବାରେ ଲାଗିଛି । ଆଜି ପୁଣି ପେଟ୍ରୋଲ-ଡିଜେଲର ଦାମ୍ ୩୫-୩୫ ପଇସା ବୃଦ୍ଧି ହୋଇଛି । ଅକ୍ଟୋବର ମାସରେ ବର୍ତ୍ତମାନ ସୁଦ୍ଧା ତେଲ ଦର ୫ ଟଙ୍କା ବୃଦ୍ଧି ପାଇଛି । ୩ ଦିନ ସ୍ଥିର ରହିଥିବା ବେଳେ ଲଗାତାର ୧୮ ଦିନ ହେବ ଦର ବଢ଼ିଛି । ଆଜି ଜାରି ହୋଇଥିବା ଅପଡେଟ ଅନୁସାରେ, ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୬.୫୪ ଟଙ୍କା ହୋଇଥିବା ବେଳେ ମୁମ୍ବାଇରେ ୧୧୨.୪୪ ଟଙ୍କା ହୋଇଛି । ଏହା ସହ ମୁମ୍ବାଇରେ ଡିଜେଲ ଲିଟର ପିଛା ୧୦୩.୨୬ ଟଙ୍କାରେ ପହଞ୍ଚିଥିବା ବେଳେ ଦିଲ୍ଲୀରେ ଡିଜେଲ ରେଟ୍ ୯୫.୨୭ ଟଙ୍କା ହୋଇଛି । କୋଲକାତାରେ ଲିଟର ପିଛା ପେଟ୍ରୋଲ ଦର ୧୦୭.୧୧ ଟଙ୍କା ଓ ଡିଜେଲ ଦର ୯୮.୩୮ ଟଙ୍କା ହୋଇଛି । ଏହା ବ୍ୟତୀତ ଚେନ୍ନାଇରେ ଲିଟର ପିଛା ପେଟ୍ରୋଲ ଦର ୧୦୩.୬୧ ଟଙ୍କା ଓ ଡିଜେଲ ଦର ୯୯.୫୯ ଟଙ୍କାରେ ପହଞ୍ଚିଛି ।

Get real time updates directly on you device, subscribe now.