fbpx

ମମିତା ମର୍ଡର କେସ୍: ମହାଲିଙ୍ଗରେ ପହଞ୍ଚିଲେ ଡିଆଇଜି ଓ ଏସପି, ଚାଲିଛି ଛାନଭିନ୍

କଳାହାଣ୍ଡି(ଓଡ଼ିଶା ଭାସ୍କର): କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟା ମାମଲାର ପର୍ଦ୍ଦାଫାସ ହୋଇସାରିଛି । ଘଟଣାରେ ଗିରଫ ହୋଇଥିବା ଗୋବିନ୍ଦ ସାହୁ ବି ନିଜର ଦୋଷ ସ୍ୱୀକାର କରିଛି । କୋର୍ଟଚାଲାଣ ପରେ ଗୋବିନ୍ଦକୁ ୫ ଦିନିଆ ରିମାଣ୍ଡରେ ଆଣିଛି ପୋଲିସ ।

ଅନ୍ୟପଟେ ଆଜି ଘଟଣାସ୍ଥଳ ମହାଲିଙ୍ଗରେ ପହଞ୍ଚିଛନ୍ତି ଉତ୍ତରାଞ୍ଚଳ ଡିଆଇଜି । ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ଓ ବଲାଙ୍ଗିର ଏସପି ପହଞ୍ଚିଛନ୍ତି । ସେମାନେ ମମିତାଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ସ୍ଥାନ ପରିଦର୍ଶନ କରିବେ । ଘଟଣାରେ ଆଜି କିଛି ତଥ୍ୟ ସାମ୍ନାକୁ ଆସିବାର ଆଶଙ୍କା ରହିଛି ।

Get real time updates directly on you device, subscribe now.