fbpx

ଟି-୨୦ ବିଶ୍ୱକପରେ ବ୍ଲାକ ଲାଇଭସ ମ୍ୟାଟର; ସମର୍ଥନ କଲେ ଖେଳାଳି

ନୂଆଦିଲ୍ଲୀ: ଜାତିଆଣବାଦ ବିରୋଧରେ ନିଜର ସମର୍ଥନ ଜାହିର କରିଛନ୍ତି ଉଭୟ ଇଂଲଣ୍ଡ ଏବଂ ୱେଷ୍ଟ ଇଣ୍ଡିଜର ଖେଳାଳି । ସୁପର-୧୨ର ଦ୍ୱିତୀୟ ମ୍ୟାଚରେ ଉଭୟ ଦଳ ଆଣ୍ଠୁ ଭାଙ୍ଗି ଜାତିଆଣବାଦ ବିରୋଧରେ ମତ ରଖିଥିଲେ । ପୂର୍ବରୁ ୱେଷ୍ଟଇଣ୍ଡିଜ ଦଳ ଏପରି ସମର୍ଥନ ଜାହିର ପାଇଁ ଘୋଷଣା କରିଥିବା ବେଳେ ଇଂଲଣ୍ଡ ଦଳ ମଧ୍ୟ ସମର୍ଥନ କରିଥିଲା । ଉଭୟ ଦଳର ଏଭଳି ଉଦ୍ୟମକୁ ଦର୍ଶକ ବେଶ ପସନ୍ଦ କରିଥିଲେ ।

ସ୍ପିନର ଆଦିଲ ରସିଦଙ୍କ ଘାତକ ବୋଲିଂ ଫଳରେ ପରାଜୟରୁ ଅଭିଯାନ ଆରମ୍ଭ କରିଥିଲା ଡିଫେଣ୍ଡିଂ ଚାମ୍ପିୟନ ୱେଷ୍ଟଇଣ୍ଡିଜ । ଟସ ଜିତି ଇଂଲଣ୍ଡ ପ୍ରଥମେ ବୋଲିଂ କରିଥିବା ବେଳେ କାରିବିୟାନ ଦଳ ମାତ୍ର ୫୫ରେ ସୀମିତ ରହିଥିଲା । ଜବାବରେ ଇଂଲଣ୍ଡ ୪ ୱିକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରି ନେଇଥିଲା ।

Get real time updates directly on you device, subscribe now.