fbpx

କରନ୍ତୁ ନାହିଁ ଏହି ଭୁଲ୍, ନଚେତ୍ ବନ୍ଦ ହୋଇଯିବ ଫେସବୁକ ଆକାଉଣ୍ଟ

ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ ଏବେ ସମସ୍ତଙ୍କ ପାଇଁ ଏକ ସାଧାରଣ ପ୍ଲାଟଫର୍ମ ପାଲଟିଯାଇଛି । ଏହା ଦ୍ୱାରା ଅନେକ ପ୍ରକାର ମେସେଜ, ଭିଡିଓ ସମାଜରେ ଭାଇରାଲ ମଧ୍ୟ ହୋଇଥାଏ । ବିଗତ ସମୟରେ ଏଭଳି ଅନେକ ଘଟଣା ମଧ୍ୟ ଘଟିଛି । ଆଉ ଏହାକୁ ନେଇ ଅନେକ ସମୟରେ ଫେସବୁକ ମଧ୍ୟ ଏହାର ପଲିସିରେ ଅନେକ ପରିବର୍ତ୍ତନ କରିଛି ।

ତେବେ କ’ଣ ଆପଣ ଜାଣଛନ୍ତି କି’ ଆପଣଙ୍କର କିଛି ଭୁଲ ଯୋଗୁଁ ଫେସବୁକ ଆକାଉଣ୍ଟ ବ୍ଲକ୍ ହୋଇଯାଇପାରେ । ଯଦି ଆପଣ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କୁ କିଛି ଦିଗ ଉପରେ ଧ୍ୟାନ ଦେବାକୁ ହେବ । କାରଣ ଆପଣଙ୍କର ଗୋଟିଏ ଭୁଲ ଫେସବୁକ ଆକାଉଣ୍ଟକୁ ବ୍ଲକ ହୋଇପାରେ । ଆସନ୍ତୁ ଜାଣିବା କ’ଣ ଏମିତି କାରଣ ରହିଛି ଯାହା ଦ୍ୱାରା ଆପଣଙ୍କର ଫେସବୁକ ଆକାଉଣ୍ଟ ବନ୍ଦ ହୋଇପାରେ ।

ଫେସବୁକରେ କାହାକୁ ଧମକ ଦେବା କିମ୍ବା କାହାକୁ ଟାର୍ଗେଟ କରି ତାଙ୍କ ବିରୋଧରେ ପୋଷ୍ଟ କରିବା ଦ୍ୱାରା ଆକାଉଣ୍ଟ ବ୍ଲକ ହୋଇଯାଇପାରେ । ହିଂସାକୁ ପ୍ରଶୟ ଦେବାଭଳି ପୋଷ୍ଟ କରିବା, ଫେସବୁକରେ ହତିଆର କିଣିବା କିମ୍ବା ବିକିବା ସମନ୍ଧୀୟ ପୋଷ୍ଟ କରିବା ଦ୍ୱାରା ମଧ୍ୟ ଫେସବୁକ ଆକଉଣ୍ଟ ବ୍ଲକ ହୋଇପାରେ ।  ସେହିଭଳି ଫେସବୁକ ଦ୍ୱାରା ଆତଙ୍କୀ ଗତିବିଧିରେ ଲିପ୍ତ ରହିବା କିମ୍ବା କୌଣସି ବିଶେଷ ବର୍ଗକୁ ଟାର୍ଗେଟ କରି ଆପତ୍ତିଜନକ ପୋଷ୍ଟ ଉପରେ ଆସିଥିବା ଅଭିଯୋଗକୁ ନେଇ ପେଜ୍ ବ୍ଲକ କରାଯାଇପାରେ । ଫେସବୁକରେ ପ୍ରତିବନ୍ଧିତ ବସ୍ତୁ ଯେମିତିକି ଔଷଧ, ଗଞ୍ଜେଇ ଆଦିର କିଣାବିକା ପାଇଁ ଅନୁମତି ନାହିଁ । ବନ୍ଧୁକ, ଗୋଳା ବାରୁଦ ଆଦିର କିଣା ବିକା କିମ୍ବା ଏହାର ଆଦାନ ପ୍ରଦାନ ମଧ୍ୟ ପ୍ରତିବନ୍ଧିତ । ତେଣୁ ଏମିତି କରିବା ଦ୍ୱାରା ଫେସବୁକ ଆକାଉଣ୍ଟ ବ୍ଲକ ହୋଇପାରେ ।

Get real time updates directly on you device, subscribe now.