fbpx

ସ୍ତ୍ରୀକୁ ଟିକା ଦେଲେ ପୁରୁଷ ଡାକ୍ତର: ରାଜ୍ୟପାଳଙ୍କୁ ଚାପୁଡା ମାରିଲା ଯୁବକ; ଦେଖନ୍ତୁ Viral ଭିଡିଓ

ନୂଆଦିଲ୍ଳୀ: ଏକ ସଭା ମଝିରେ ରାଜ୍ୟପାଳଙ୍କୁ ଚାପୁଡା ମାରିଛି ଜଣେ ଯୁବକ । ତେବେ ଏହି ଚାପୁଡା ପଛର କାରଣ ଶୁଣିଲେ ଆପଣ ବି ନହସି ରହି ପାରିବେ ନାହିଁ । କରୋନା ଟିକା ପାଇଁ ରାଜ୍ୟପାଳଙ୍କୁ ସଭା ମଝିରେ ଚାପୁଡା ମାରିବାର ଦୁଃସାହସ କରିଛି ଏହି ଯୁବକ । ସ୍ତ୍ରୀକୁ ଜଣେ ପୁରୁଷ ଡାକ୍ତର ଟିକା ଲଗାଇବା କାରଣରୁ ଉତକ୍ଷିପ୍ତ ହୋଇ ବ୍ୟକ୍ତି ଜଣକ ଏଭଳି କାଣ୍ଡ ଭିଆଇଥିଲେ ।

ଉତ୍ତର ପଶ୍ଚିମ ଇରାନର ଆଜାରବୈଜାନ ନିକଟରେ ଏମିତି କିଛି ଘଟଣା ଘଟିଥିଲା । ରାଜ୍ୟପାଳ ଆବେଦିନ ଖୋରର୍ମ ଭାଷଣ ଦେଉଥିବା ବେଳେ ମଞ୍ଚ ଉପରକୁ ଚଢି ଆସି ଜଣେ ବ୍ୟକ୍ତି ଏକ ଶକ୍ତ ଚାପୁଡା ମାରିଥିଲେ । ଏହା ପରେ ଉପସ୍ଥିତ ସୁରକ୍ଷାକର୍ମୀ ବ୍ୟକ୍ତି ଜଣଙ୍କୁ କାବୁ କରି ନେଇଥିଲେ । ଏହି ଚାପୁଡା ଏତେ ଶକ୍ତିଶାଳୀ ରହିଥିଲା କି ମାଇକରେ ମଧ୍ୟ ଏହାର ଶବ୍ଦ ଶୁଣାଯାଇଥିଲା । ବ୍ୟକ୍ତିଙ୍କ ସ୍ତ୍ରୀକୁ ଜଣେ ପୁରୁଷ ଡାକ୍ତର ଟିକା ଦେଇଥିବା କାରଣରୁ ଏହି ଚାପୁଡା ମାରିଥିବା ଜଣାପଡିଛି । ବର୍ତ୍ତମାନ ରାଜ୍ୟପାଳ ରହିଥିବା ଆବେଦିନ ପୂର୍ବରୁ ସେନାର କମାଣ୍ଡର ଭାବରେ କାର୍ଯ୍ୟ କରିଛନ୍ତି । ୨୦୧୩ରେ ତାଙ୍କୁ ସିରିଆର ଆତଙ୍କୀ ମାନେ ଅପହରଣ କରି ନେଇଥିବା ବେଳେ ତାଙ୍କୁ ଉଦ୍ଧାର କରିବା ପାଇଁ ୨୧୩୦ ଜଣ ବିଦ୍ରୋହୀଙ୍କୁ ମୁକ୍ତ କରିଥିଲେ ଇରାନ ସରକାର ।

Get real time updates directly on you device, subscribe now.