fbpx

ବେଆଇନ ବାର୍ ଚଳାଇବା ଅଭିଯୋଗ: କନଷ୍ଟେବଲ ପ୍ରସନ୍ନ ବେହେରା ବହିଷ୍କୃତ

ଭୁବନେଶ୍ୱର: କନଷ୍ଟେବଲ ପ୍ରସନ୍ନ ବେହେରା ଚାକିରିରୁ ବହିଷ୍କୃତ । ପ୍ରସନ୍ନଙ୍କୁ ଚାକିରିରୁ ବହିଷ୍କାର କଲେ ଭୁବନେଶ୍ୱର ଡିସିପି । ପ୍ରସନ୍ନଙ୍କ ନାଁରେ ୮ଟି ବିଭାଗୀୟ ପ୍ରୋସିଡିଂ ଚାଲିଥିଲା । ପ୍ରସନ୍ନଙ୍କ ନାଁରେ ୫ଟି ଫୌଜଦାରୀ ମାମଲା ମଧ୍ୟ ରହିଛି । ବେଆଇନ ଭାବରେ ଚାଲିଥିବା ସାଉଥ୍ ସିଟି ବାର୍ ମାମଲାରେ ଗତକାଲି ପ୍ରସନ୍ନଙ୍କୁ ଗିରଫ କରିଥିଲା କମିଶନରେଟ ପୋଲିସ । ଗିରଫ କରାଯିବାର ଦିନକ ପୂର୍ବରୁ ତାଙ୍କୁ ନିଲମ୍ବିତ କରାଯାଇଥିଲା । ଭାଇଙ୍କ ନାଁରେ ଲିଜ୍ ନେଇ ବାର୍ ଚଳାଇଥିବା ଅଭିଯୋଗ ଥିଲା ।

ସୂଚନାଯୋଗ୍ୟ, ରାଜଧାନୀ ଭୁବନେଶ୍ୱରର ବହୁ ଚର୍ଚ୍ଚିତ ମନୀଷ ଅନୁରାଗ ହତ୍ୟା ମାମଲାରେ ନିଆଯାଉଛି କାର୍ଯ୍ୟାନୁଷ୍ଠାନ । ଏହି ମାମଲାର ତଦନ୍ତ କରି କମିଶନରେଟ ପୋଲିସ ବେଆଇନ ଭାବରେ ଚାଲୁଥିବା ବାର୍ କୁ ସିଜ୍ କରିବା ସହ ରବିବାର ବାର୍ କୁ ଚଳାଉଥିବା ପୋଲିସ କନେଷ୍ଟବଳ ପ୍ରସନ୍ନଙ୍କୁ ବହିଷ୍କୃତ କରିଛି କମିଶନରେଟ ପୋଲିସ । ପୂର୍ବରୁ ବାର୍ ମାଲିକ ଏବଂ ବାର୍ ମ୍ୟାନଜେରଙ୍କୁ ଗିରଫ କରାଯାଇଛି ।

Get real time updates directly on you device, subscribe now.