fbpx
BJD
BJD SKY
BJD SKY

ଅପରାଜେୟ ଧାରା ବଜାୟ ଲଖିବା ଲକ୍ଷ୍ୟରେ କୋହଲି ; ପ୍ରଥମେ ବ୍ୟାଟିଂ କରିବ ଭାରତ

BJD

ନୂଆଦିଲ୍ଳୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା ମୁକାବିଲାରେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି ପାକିସ୍ତାନ । ପାକ୍ ଅଧିନାୟକ ବାବର ଆଜମ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ । ଟି-୨୦ ବିଶ୍ୱକପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଏହା ଷଷ୍ଠ ମୁକାବିଲା ହୋଇଥିବା ବେଳେ ଭାରତ ୫-୦ରେ ଅପରାଜେୟ ରହିଛି । ବିଗତ ୧୪ ବର୍ଷ ଧରି ଭାରତ ଟି-୨୦ରେ ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନ ନିକଟରୁ ପରାଜିତ ହୋଇନାହିଁ ।
ଭାରତ ନିଜର ଦୁଇ ଅଭ୍ୟାସ ମ୍ୟାଚରେ ବିଜୟୀ ହୋଇଥିବା ବେଳେ ପାକିସ୍ତାନକୁ ଗୋଟିଏ ଲେଖାଏଁ ବିଜୟ ଓ ପରାଜୟ ମିଳିଛି । ବିଶ୍ୱକପରେ ଉଭୟ ଦଳ ୧୨ ଥର ସମ୍ମୁଖୀନ ହୋଇଥିବା ବେଳେ ପ୍ରତିଥର ବିଜୟୀ ହୋଇଛି ଭାରତ ।

ରୋହିତ ଶର୍ମା, କେଏଲ ରାହୁଲ, ବିରାଟ କୋହଲି(ଅଧିନାୟକ), ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ବରୁଣ ଚକ୍ରବର୍ତ୍ତୀ, ରବିଚନ୍ଦ୍ରନ ଅଶ୍ୱିନ, ମହମ୍ମଦ ଶାମି ଓ ଯଶପ୍ରୀତ ବୁମରା ।

Get real time updates directly on you device, subscribe now.