fbpx
BSKY SKY
BSKY SKY

ଆସାଲଙ୍କାଙ୍କ ଦମଦାର ଅର୍ଦ୍ଧଶତକ; ୫ ୱିକେଟରେ ଜିତିଲା ଶ୍ରୀଲଙ୍କା

BSKY

ନୂଆଦିଲ୍ଳୀ: ଟପ ଅର୍ଡର ବ୍ୟାଟ୍ସମ୍ୟାନ ଚରିଥ୍ ଆସାଲଙ୍କାଙ୍କ ଦମଦାର ଅର୍ଦ୍ଧଶତକ ଜରିଆରେ ବାଂଲାଦେଶକୁ ୫ ୱିକେଟରେ ହରାଇଛି ଶ୍ରୀଲଙ୍କା । ୧୭୨ ରନ ଲକ୍ଷ୍ୟର ପିଛା କରୁଥିବା ଶ୍ରୀଲଙ୍କା ୧୮.୫ ଓଭରରେ ୫ ୱିକେଟ ହରାଇ ୧୭୨ ରନ ସଂଗ୍ରହ କରିଥିଲା । ୩ ନମ୍ବର ବ୍ୟାଟ୍ସମ୍ୟାନ ଚରିଥ୍ ଆସାଲଙ୍କା ଅପରାଜିତ ୮୦ ରନ ସଂଗ୍ରହ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭାନୁକା ରଜପକ୍ଷା ମଧ୍ୟ ୫୩ ରନର ଇନିଂସ ଖେଳିଥିଲେ । ଆସାଲଙ୍କା ୪୯ ବଲ ଖେଳି ୫ଟି ଲେଖାଏଁ ଚୌକା ଓ ଛକା ମାରିଥିଲେ । ରାଜପକ୍ଷା ୩୧ ବଲ ଖେଳି ୩ଟି ଲେଖାଏଁ ଚୌକା ଓ ଛକା ମାରିଥିଲେ । ବାଂଲାଦେଶ ପକ୍ଷରୁ ସାକିବ ଅଲ ହାସନ ଓ ନାସୁମ ଅହମ୍ମଦ ଦୁଇଟି ଲେଖାଏଁ ୱିକେଟ ନେଇଥିବା ବେଳେ ମହମ୍ମଦ ସୈଫୁଦ୍ଦିନ ଗୋଟିଏ ୱିକେଟ ନେଇଥିଲେ ।

ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ବାଂଲାଦେଶ ପକ୍ଷରୁ ଦୁଇ ଓପ୍ନର ପ୍ରଥମ ୱିକେଟରେ ୪୦ ରନ କରିଥିଲେ । ମହମ୍ମଦ ନଇମ ୫୨ ବଲ ଖେଳି ୬ ଚୌକା ସହିତ ୬୨ ରନ ସଂଗ୍ରହ କରିଥିଲେ । ପୂର୍ବତନ ଅଧିନାୟକ ମୁଶଫିକର ରହିମ ମାତ୍ର ୩୭ ବଲ ଖେଳି ଧୂଆଁଧାର ୫୭ ରନ ସଂଗ୍ରହ କରିଥିଲେ । ବାଂଲାଦେଶ ନିର୍ଦ୍ଧାରିତ ଓଭରରେ ୪ ୱିକେଟ ହରାଇ ୧୭୧ ରନ ରନ ସଂଗ୍ରହ କରିଥିଲା । ଶ୍ରୀଲଙ୍କା ପକ୍ଷରୁ ଚମିକା କରୁଣାରତ୍ନେ, ବିନୁରା ଫର୍ଣ୍ଣାଣ୍ଡୋ ଓ ଲାହିରୁ କୁମାରା ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।

Get real time updates directly on you device, subscribe now.