fbpx

ସଲମାନ ଖାନଙ୍କ ‘ଅନ୍ତିମ’ର ଟ୍ରେଲର ରିଲିଜ୍: ‘ଜିସ୍ ଦିନ ସରଦାର କି ହଟେଗୀ ସବକି ଫଟେଗୀ’

ରିଲିଜ ହୋଇଛି ସଲ୍ଲୁ ଭାଇଙ୍କ ଆଗାମୀ ଫିଲ୍ମ ‘ଅନ୍ତିମ’ର ଟ୍ରେଲର । ଫିଲ୍ମରେ ଦର୍ଶକଙ୍କୁ ସଲ୍ଲୁ ଭାଇଙ୍କ ଜବରଦସ୍ତ ଆକ୍ସନ ଦେଖିବାକୁ ମିଳିବ । ଦର୍ଶକ ସଲମାନ ଏବଂ ଆୟୁଷଙ୍କ ମଧ୍ୟରେ ଛକାପଞ୍ଝା ଦେଖିବାକୁ ମିଳିବ । ଫିଲ୍ମକୁ ମହେଶ ମଞ୍ଜରେକା ନିର୍ଦ୍ଦେଶନା ଦେଉଥିବାବେଳେ ଏହା ୨୬ ନଭେମ୍ବର ୨୦୧୧ରେ ରିଲିଜ ହେବାକୁ ଯାଉଛି ।

ଟ୍ରେଲରରେ ସଲମାନଙ୍କୁ ଜଣେ ଶିଖ୍ ପୋଲିସ ଅଫିସର ଭୂମିକାରେ ଦେଖିବାକୁ ମିଳଛି ଏବଂ ଖଳାନାୟକ ଭୂମିକାରେ ଆୟୁଷ ଶର୍ମାଙ୍କୁ ଜଣେ ଗ୍ୟାଙ୍ଗଷ୍ଟାର ଭୂମିକାରେ ଦେଖିବାକୁ ମିଳିବ । ଉଭୟଙ୍କର ଚିନ୍ତାଧାରାକୁ ନେଇ ସେମାନଙ୍କ ମଧ୍ୟରେ ହୋଇଥିବା ବିବାଦକୁ ଫିଲ୍ମରେ ଦେଖିବାକୁ ମିଳିବ ।

‘ଅନ୍ତିମ’ ନଭେମ୍ବର ୨୬ ରେ ରିଲିଜ ହେବାକୁ ଯାଉଛି । ତେବେ ଏହି ଫିଲ୍ମ ମରାଠୀ ଫିଲ୍ମ ମୁଲସୀ ପ୍ୟାଟେନର ହିନ୍ଦୀ ଭର୍ଜନ  । ସଲମାନ, ଆୟୁଷଙ୍କ ଛଡ଼ା ଫିଲ୍ମରେ ପ୍ରଜ୍ଞା ଜୟସୱାଲ, ମହିମା ମାକାୱାନା ମଧ୍ୟ ଲିଡ ରୋଲରେ ନଜର ଆସିବେ ।

Get real time updates directly on you device, subscribe now.