fbpx

୫୦ଟି ଗଛ ଲଗାନ୍ତୁ: ବର୍ଷକୁ କମେଇବେ ଅଢେଇ ଲକ୍ଷ; ସରକାର ଦେବେ ସହାୟତା

ନୂଆଦିଲ୍ଲୀ: କୃଷକ ଏବଂ କୃଷିର ଉନ୍ନତି ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ରହିଛି । ଏମିତି ଏକ ଯୋଜନାରେ ଆପଣ ବର୍ଷକୁ ୨.୫ ଲକ୍ଷ ଟଙ୍କା ଆୟ କରିପାରିବେ । ଆଜି ଆମେ ଆଲୋଚନା କରିବା କେମିତି ମାତ୍ର ୫୦ଟି ଗଛ ଲଗାଇ ଏହାର ପତ୍ର ବିକି ଆମେ ବର୍ଷକୁ ଦେଢରୁ ଅଢେଇ ଲକ୍ଷ ଟଙ୍କା ଆୟ କରି ପାରିବେ । ଏହା ସହିତ ଏହି ଗଛ ଲଗାଇବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୩୦ ପ୍ରତିଶତର ସବସିଡି ପ୍ରଦାନ କରାଯିବ ।

ବର୍ଷକୁ ଦେଢରୁ ଅଢେଇ ଲକ୍ଷ ଯାଏଁ ଫାଇଦା ଦେଉଥିବା ଏହି ଗଛଟି ହେଉଛି ତେଜ ପତ୍ର ଗଛ । ଏହି ଗଛର ଚାଷ ଅତ୍ୟନ୍ତ ସହଜ ହୋଇଥିବା ବେଳେ ଗୋଟିଏ ଗଛରୁ ବର୍ଷକୁ ୩ ହଜାରରୁ ୫ ହଜାର ଟଙ୍କା ଆୟ ହୋଇଥାଏ । ତେଜପତ୍ରର ବ୍ୟବହାର ଆମେରିକା, ୟୁରୋପ ଓ ଭାରତ ପରି ରାଷ୍ଟ୍ରରେ ଅଧିକ ହୋଇଥାଏ । ଖାଦ୍ୟକୁ ସ୍ୱାଦିଷ୍ଟ କରିବା ପାଇଁ ଏହାର ବ୍ୟବହାର ହୋଇଥାଏ । ତେବେ ଏହି ଗଛକୁ ବଡ ହେବା ପାଇଁ ଯାହା କେବଳ ସମୟର ବିନିଯୋଗ ହୋଇଥାଏ । ଏହା ବ୍ୟତିତ ଏଥିରେ ଅନ୍ୟ କୌଣସି ଶ୍ରମ ବିନିଯୋଗ ହୋଇନଥାଏ ।

Get real time updates directly on you device, subscribe now.