fbpx

ଦୀପାବଳି ପୂର୍ବରୁ କିଙ୍ଗ୍‌ ଖାନ୍‌ଙ୍କ ବିଜ୍ଞାପନ ଭିଡିଓ ଭାଇରାଲ୍‌, ଏମିତି କଲେ ଆପଣଙ୍କ ଦୋକାନ ପାଇଁ ବି ବିଜ୍ଞାପନ କରିବେ ଶାହରୁଖ….

ମୁମ୍ବାଇ: ଆଗକୁ ଦୀପାବଳି ପର୍ବ ଆସୁଛି । ସମସ୍ତେ ଏଥିାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଏପରିକି ଅନେକ ବ୍ରାଣ୍ଡ ଦୀପାବଳି ଅବସରରେ ବିଜ୍ଞାପନ ପ୍ରକାଶ କରିଛନ୍ତି । ଏହି ଧାରାରେ, କ୍ୟାଡବରୀ ମଧ୍ୟ ଦୀପାବଳି ଅବସରରେ ଏକ ସ୍ୱତନ୍ତ୍ର ବିଜ୍ଞାପନ ପ୍ରକାଶ କରିଛି । ଏହି ବିଜ୍ଞାପନ ପାଇଁ କମ୍ପାନୀ ବଲିଉଡର ସୁରଷ୍ଟାର ଶାହରୁଖ ଖାନଙ୍କୁ ଚୟନ କରିଛି । ଏହି ବିଜ୍ଞାପନ ମାଧ୍ୟମରେ ଶାହରୁଖ ଲୋକମାନଙ୍କୁ ଏକ ବିଶେଷ ବାର୍ତ୍ତା ଦେଉଥିବାର ନଜର ଆସିଛନ୍ତି । ସୋସିଆଲ ମିଡିଆରେ ତାଙ୍କୁ ବହୁତ ପ୍ରଶଂସା କରାଯାଉଛି ।ଶାହରୁଖ ଖାନଙ୍କ ଏହି କ୍ୟାଡବରୀ ବିଜ୍ଞାପନ ରିଲିଜ ହେବା ପରଠାରୁ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି ।

ଏହି ବିଜ୍ଞାପନ ମାଧ୍ୟମରେ ଶାହାରୁଖ କ୍ଷୁଦ୍ର, ସ୍ଥାନୀୟ ବ୍ୟବସାୟକୁ ପ୍ରୋତ୍ସାହିତ କରିବାକୁ ନିବେଦନ କରୁଛନ୍ତି, ଯାହା କରୋନା ମହାମାରୀ ହେତୁ ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ଏହି ବିଜ୍ଞାପନ ଦେଖିବା ପରେ ସମସ୍ତେ ତାଙ୍କୁ ପ୍ରଶଂସା କରୁଛନ୍ତି । ବିଜ୍ଞାପନ ମାଧ୍ୟମରେ ଶାହାରୁଖ ଲୋକଙ୍କୁ କହିଛନ୍ତି ଯେ ପ୍ରତ୍ୟେକ ଘରର ଦୀପାବଳି ମିଠା ହେବା ଉଚିତ୍‌ । ତେଣୁ, କେବଳ ଆପଣଙ୍କ ଘର ନିକଟ ଦୋକାନରୁ ଦୀପାବଳିର ସପିଂ କରନ୍ତୁ ।

Get real time updates directly on you device, subscribe now.