fbpx

୫୦ ଲିଟର ଦେଶୀ ମଦ ସହ ବାଇକ ଜବତ, ୨ ଅଭିଯୁକ୍ତ ଗିରଫ

ଭଣ୍ଡାରିପୋଖରୀ (ଭାସ୍କର ନ୍ୟୁଜ୍‌): ମଞ୍ଜୁରୀରୋଡ ଅଞ୍ଚଳରୁ ୫୦ ଲିଟର ଦେଶୀ ମଦ ସହ ବାଇକ ଧାମନଗର ଅବକାରୀ ପୋଲିସ ସୋମବାର ଜବତ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଯଶୋଟିକିରି ଗ୍ରାମର ନିରାକାର ପଲାଇ ଓ ବିରଞ୍ଚି ମହାରଣା (ଓଡି ୦୪ ସି ୧୯୭୪ )ନଂ ବାଇକରେ ପଚାଶ ଲିଟର ଦେଶୀ ମଦ ପରିବହନ କରୁଥିବା ବେଳେ ଧାମନଗର ଅବକାରୀ ଅଧିକାରୀ ପ୍ରହଲ୍ଲାଦ ସାମଲ, କନେଷ୍ଟବଳ ଅନବାଦିତ୍ୟ ବାରିକ, ରମେଶ ନାୟକ, ଅଜିତ କୁମାର ସିଙ୍କୁ, ସନ୍ଧ୍ୟାରାଣୀ ସେନାପତି ପ୍ରମୁଖ ଚଢାଉ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ଏଥିସହ ମଦ ଓ ବାରିକ ମଧ୍ୟ ଜବତ ହୋଇଛି।

Get real time updates directly on you device, subscribe now.