fbpx

ପାମ୍ପଡ଼ ଖାଇବା ଦ୍ୱାରା ବଢ଼ିଥାଏ ହାର୍ଟ ଓ କିଡ଼ନୀ ସମସ୍ୟା, ଜାଣନ୍ତୁ ଅନ୍ୟ ବିପଦ ସମ୍ପର୍କରେ..

ଅଧିକାଂଶ ଲୋକେ ପାମ୍ପଡ଼ ଅଧିକ ପସନ୍ଦ ହୋଇଥାଏ ଓ ସେମାନେ ଦିନସାରା ଏହାକୁ ଖାଇଥାନ୍ତି । କିନ୍ତୁ ଆପଣଙ୍କ ଏହି ଅଭ୍ୟାସ ଆପଣଙ୍କ ପାଇଁ ମହଙ୍ଗା ପଡିପାରେ । କାରଣ ଅଧିକ ପାମ୍ପଡ ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ । କ’ଣ ଆପଣ ଜାଣନ୍ତି କି ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ? ତେବେ ଆସନ୍ତୁ ଜାଣିବା…

ସ୍ୱାସ୍ଥ୍ୟ ସହ ଜଡ଼ିତ ସମସ୍ୟା:

ପାମ୍ପଡ଼ ପ୍ରସ୍ତୁତି ସମୟରେ ପ୍ରିଜରଭେଟିଭ ବ୍ୟବହାର ହୋଇଥାଏ, ଯେଉଁଥିରେ ସୋଡିୟମ ମିଶାଯାଇଥାଏ । ଏହାଯୋଗୁଁ ପାମ୍ପଡ଼ର ସ୍ୱାଦ ବଢ଼ିଥାଏ, କିନ୍ତୁ ଏଥିରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ ।

 

କିଡ଼ନୀ ଓ ହାର୍ଟ ସହ ଜଡ଼ିତ ସମସ୍ୟା:

ପାମ୍ପଡ଼ରେ ବ୍ୟବହାର ହୋଇଥିବା ପ୍ରିଜରଭେଟିଭ୍ ଯୋଗୁଁ କିଡ଼ନୀ ଓ ହାର୍ଟ ସହ ଜଡ଼ିତ ସମସ୍ୟାଗୁଡ଼ିକ ଅଧିକ ବଢ଼ିବାର ଆଶଙ୍କା ରହିଥାଏ ।

 

ମୋଟାପଣ:

ପାମ୍ପଡ଼ ଖାଇବା ଦ୍ୱାରା ମୋଟାପଣ ବଢ଼ିଥାଏ । କାରଣ ଏଥିରେ ରୁଟି ପରି କ୍ୟାଲୋରୀ ରହିଥାଏ । ଯଦି ଆପଣ ଓଜନ କମ୍ କରିବାକୁ ଚାହାଁନ୍ତି ତେବେ ଏହାକୁ ଖାଆନ୍ତୁ ନାହିଁ ।

 

ଏସିଡିଟି ତଥା ଗ୍ୟାସ୍ ସମସ୍ୟା:

ପାମ୍ପଡ଼କୁ ତିଆରି କରୁଥିବା ବେଳେ ଅଧିକ ମସଲା ଓ ଆର୍ଟିଫିସିଆଲ ଫ୍ଲେବର ମିଶାଯାଇଥାଏ । ଫଳରେ ଏହାକୁ ଖାଇବା ଦ୍ୱାରା ଏସିଡିଟି ଓ ଗ୍ୟାସ୍ ସମସ୍ୟା ସୃଷ୍ଟି ହୁଏ ।

Get real time updates directly on you device, subscribe now.