fbpx

ସରକାରୀ ୱେବସାଇଟ୍ ନାଁରେ ଲୁଟୁଥିଲେ କୋଟି କୋଟି ଟଙ୍କା; ୨ ମହିଳାଙ୍କ ସମେତ ୧୨ ଗିରଫ

ନୂଆଦିଲ୍ଲୀ: ସରକାରୀ ୱେବ୍ସାଇଟ୍ ନାଁରେ ସାଧାରଣ ଲୋକଙ୍କୁ କୋଟି କୋଟି ଟଙ୍କା ଲୁଟୁଥିବା ଏକ ସାଇବର ଠକେଇ ଗ୍ୟାଙ୍ଗର ପର୍ଦ୍ଦାଫାଶ ହୋଇଛି । ଏହି ୧୨ ଜଣିଆ ଦଳ ବିଭିନ୍ନ ସରକାରୀ ୱେବସାଇଟ ପରି ଅବିକଳ ୱେବସାଇଟ ତିଆରି କରୁଥିଲା । ପ୍ରସେସିଂ ଫି ନାମରେ ଏହି ୱେବସାଇଟଟି କୋଟି କୋଟି ଟଙ୍କା ଲୁଟୁଥିଲା । ଠକେଇ ସମ୍ପର୍କରେ ଅଭିଯୋଗ କରାଯିବା ପରେ ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ ପକ୍ଷରୁ ଏହି ଗ୍ୟାଙ୍ଗର ପର୍ଦ୍ଦାଫାଶ କରାଯାଇଛି ।

ଏହି ଗ୍ୟାଙ୍ଗର ସମୁଦାୟ ୧୨ ଜଣ ସଦସ୍ୟଙ୍କୁ ପୋଲିସ ଗିରଫ କରିଛି । ଗିରଫଙ୍କ ମଧ୍ୟରେ ନୋଇଡାର ୨ ଜଣ ମହିଳା ରହିଛନ୍ତି । ଏହି ଠକ ଗ୍ୟାଙ୍ଗ ପ୍ରାୟ ୩ ହଜାର ଲୋକଙ୍କୁ ନିଜର ଶିକାର କରିଥିବା ବେଳେ ୧ କୋଟି ୭୪ ଲକ୍ଷ ଟଙ୍କାର ଲୁଟ କରିଛନ୍ତି ।

Get real time updates directly on you device, subscribe now.