fbpx

ଦମ୍ପତିଙ୍କ ହନିମୁନ୍ ଖରାପ ହେବାରୁ ହୋଟେଲ ଉପରେ ଲାଗିଲା ଏତିକି ଟଙ୍କାର ଜୋରିମାନା!

ନୂଆଦିଲ୍ଲୀ: ଚଣ୍ଡିଗଡ଼ର ଗ୍ରାହକ ବିବାଦର ସମାଧାନ ଆୟୋଗ ଏକ ନବ ବିବାହିତ ଦମ୍ପତିଙ୍କ ହନିମୁନ୍ ଖରାପ କରିବାରୁ ଏକ ଟ୍ରାଭେଲ୍ ଫର୍ମ ଏବଂ ମନାଲିର ଏକ ହୋଟେଲ ଉପରେ ଜୋରିମାନା ଲଗାଇଛନ୍ତି। ଉକ୍ତ ଦମ୍ପତି ଅଭିଯୋଗ କରିଥିଲେ ଯେ, ସେମାନେ ଟ୍ରାଭେଲ ଟକିଜ୍ ଫର୍ମ ଜରିଆରେ ସେମାନେ ଅନ୍ୟ ଏକ ଦମ୍ପତିଙ୍କ ସହ ହନିମୁନ୍ ପ୍ୟାକେଜ୍ ବୁକ୍ କରିଥିଲେ କିନ୍ତୁ ସେଠାରେ ପହଞ୍ଚିବା ପରେ ସେମାନଙ୍କୁ ସେହି ସୁବିଧା ଦିଆଯାଇନଥିଲା ଯାହା ବୁକିଂ ସମୟରେ ହୋଟେଲ ପକ୍ଷରୁ ପ୍ରତିଶୃତି ଦିଆଯାଇଥିଲା।

ଅଭିଯୋଗରେ ଆହୁରି କୁହାଯାଇଛି ଯେ, ୨୦୨୦ ଡିସେମ୍ବର ୧୫ ରେ, ତାଙ୍କୁ ମନାଲିର ଏକ ହୋଟେଲ ଦ ହମସୌର୍ ଭ୍ୟୁ, ରେ ରହିବାକୁ ପ୍ରସ୍ତାବ ଦିଆଯାଇଥିଲା ଏବଂ ବୁକିଂ ନିଶ୍ଚିତ ହେବା ପରେ ସେ ସେହି ଦିନ ବୁକିଂ ରାଶି ଅର୍ଥାତ୍ ୧୦,୩୦୨ ଟଙ୍କା ମଧ୍ୟ ଦେଇଥିଲେ । ଟ୍ରାଭେଲ୍ ଫର୍ମ ସେମାନଙ୍କୁ ପ୍ରଲୋଭିତ କରିବାକୁ ଯାଇ ରୁମ୍ ର ଖୁବ୍ ସୁନ୍ଦର ଦୃଶ୍ୟ ସବୁ ଦେଖାଇଥିଲେ । ଏଥିରେ ସେମାନେ ବାଲକୋନୀ ସହିତ ରୁମ୍ ଭିତରର କିଛି ଭଲ ଦୃଶ୍ୟ ଦେଖାଇଥିଲେ । ହେଲେ ସେଠାରେ ପହଞ୍ଚିବା ବେଳକୁ ସେସବୁ କିଛି ବି ନଥିଲା । ଓଲଟା ହୋଟେଲ ପକ୍ଷରୁ ଆଉ ଏକ ରୁମ୍ ରେ ରହିବାକୁ ଦିଆଗଲା ଏବଂ ପ୍ରତିଶ୍ରୁତି କରାଯାଇଥିବା ସୁବିଧାର ଅଭାବ ରହିଥିଲା ।

ଏହି ଦମ୍ପତି ଟ୍ରାଭେଲ ଫାର୍ମରେ ଅଭିଯୋଗ କରିଥିଲେ କିନ୍ତୁ ଫାର୍ମ ଏକ ନିରପେକ୍ଷ ଆଭିମୁଖ୍ୟ ଗ୍ରହଣ କରିଥିଲା। ଅଗ୍ରୀମ ବୁକିଂ ସମୟରେ ପ୍ରତିଶ୍ରୁତି ଦିଆଯାଇଥିବା ରୁମ୍ କୁ ପରିବର୍ତ୍ତନ କରିବାକୁ ହୋଟେଲ ମନା କରିଦେଇଥିଲା। ଶେଷରେ ଅଭିଯୋଗକାରୀ ଅନ୍ୟ ଏକ ହୋଟେଲରେ ଚେକ୍ ଇନ୍ କରିବାକୁ ସ୍ଥିର କଲେ ଯେଉଁଠାରେ ସେ ଦୁଇ ରାତି ରହିବା ପାଇଁ ୧୮,୦୦୦ ଟଙ୍କା ଦେଇଥିଲେ। ହୋଟେଲରେ ପହଞ୍ଚିବା ପାଇଁ ଟ୍ୟାକ୍ସି ପାଇଁ ସେ ଅତିରିକ୍ତ ୯୫,୦୦ ଟଙ୍କା ଖର୍ଚ୍ଚ କରିଥିଲେ।

ପରେ ଏହି ଦମ୍ପତି ଗ୍ରାହକ ବିବାଦ ସମାଧାନ କମିଶନଙ୍କୁ ସେମାନଙ୍କ ଅସୁବିଧା ସମ୍ପର୍କରେ ଜଣାଇଥିଲେ । ଯାହାପରେ ଠକିଥିବା ହୋଟେଲର ମାଲିକ ଓ ଟ୍ରାଭେଲ୍ ଫାର୍ମକୁ ଡକାଯାଇଥିଲା । କିନ୍ତୁ ସେମାନେ ଆୟୋଗକୁ ଆସିନଥିଲେ । ଆୟୋଗ ଜାଣିବାକୁ ପାଇଲେ ଯେ ଅଭିଯୋଗକାରୀ ଅଗ୍ରୀମ ଦେୟ ଦେଇ ହୋଟେଲର ଫଟୋଗ୍ରାଫ ଆଧାରରେ ହୋଟେଲ ବୁକ୍ କରିଛନ୍ତି। ଏହା ପରେ ଆୟୋଗ ଏହାର ନିଷ୍ପତ୍ତିରେ ଟ୍ରାଭେଲ ଫାର୍ମ ଏବଂ ହୋଟେଲ ମାଲିକଙ୍କୁ ଅଭିଯୋଗକାରୀଙ୍କୁ ୨୭,୩୦୨ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେମାନଙ୍କ ପାଇଁ ହୋଇଥିବା ଅସୁବିଧା ପାଇଁ କ୍ଷତିପୂରଣ ବ୍ୟତୀତ ସେମାନଙ୍କୁ ଦିଆଯାଇଥିବା ଟଙ୍କା ଫେରସ୍ତ କରିବାକୁ ଟ୍ରାଭେଲ ଫାର୍ମ ଏବଂ ହୋଟେଲକୁ ନିର୍ଦ୍ଦେଶ ଦେଇଛନ୍ତି ଜ୍ଝ

Get real time updates directly on you device, subscribe now.