ଓଡ଼ିଶା ଭାସ୍କର ବ୍ୟୁରୋ: ଶନିବାରକୁ ନ୍ୟାୟର ଦେବତା ଶନିଦେବଙ୍କ ବାର ଭାବରେ ଧରାଯାଇଥାଏ । ଶନିଙ୍କୁ ନବଗ୍ରହ ମଧ୍ୟରୁ ପୀଡ଼ା ଦେଉଥିବା ଗ୍ରହ ବୋଲି କୁହାଯାଏ । ହେଲେ ଯଦି କୌଣସି ବ୍ୟକ୍ତି ଶନିଦେବଙ୍କ କୃପା ପ୍ରାପ୍ତ କରିବାରେ ସଫଳ ହୋଇଯାଏ ତେବେ ତାର ପୂରା ଜୀବନ ସୁଖ ସମୃଦ୍ଧିରେ ଭରିଯାଏ । ଶନିଦେବ ଲୋକମାନଙ୍କ କର୍ମ ଅନୁସାରେ ନ୍ୟାୟ କରିଥାନ୍ତି । ଖରାପ କର୍ମ ପାଇଁ ଶନିଦେବ ଦଣ୍ଡ ଦେଇଥାନ୍ତି । ଧାର୍ମିକ ମାନ୍ୟତା ଅନୁସାରେ, ଶନିଦେବ ଖୁବ୍ ଶୀଘ୍ର କ୍ରୋଧିତ ହେଉଥିବା ଦେବତା । ତେଣୁ ତାଙ୍କୁ ପ୍ରାସନ୍ନ କରିବା ପାଇଁ ଶନିବାର ଦିନ ତାଙ୍କୁ ପୂଜାର୍ଚ୍ଚନା କରିବା ଦରକାର ।
ଯଦି ଆପଣଙ୍କ କୁଣ୍ଡଳୀରେ ଶନିଦଶା ଯୋଗୁଁ ସୁଖଶାନ୍ତିରେ ଅଭାବ ଦେଖାଦେଉଛି ତାହେଲେ ଆପଣ ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ଶନିବାର ଦିନ ଏହି ୫ଟି କାମ ନିହାତି କରନ୍ତୁ । ଏହା ଦ୍ୱାରା ଶନିଦେବ ଖୁବ୍ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି ।
୧. ଯେଉଁ ବ୍ୟକ୍ତିଙ୍କ କୁଣ୍ଡଳୀରେ ଶନିଗ୍ରହ ଥାଏ, ସେମାନେ ଶନିବାର ଦିନ ବ୍ରତ ରଖିବା ଦରକାର ।
୨. ଶନିବାର ଦିନ ଶରୀରରେ ଭସ୍ମ, ବିଭୂତି କିମ୍ବା ଲାଲ୍ ଚନ୍ଦନ ଲଗାଇବା ଦରକାର
୩. ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ଶନିବାର ଦିନ ସୁନ୍ଦରାକାଣ୍ଡ ଓ ବଜରଙ୍ଗବାଣ ପାଠ କରିବା ଦରକାର ।
୪. ଶନିବାର ଦିନ ଶମୀ ଗଛରେ ପାଣି ଅର୍ପଣ କରିବା ଦରକାର ।
୫. ଏହି ଦିନ ଛାୟା ଦାନ କରିବା ଆବଶ୍ୟକ
ଏହିସବୁ କାମ ଆଦୌ କରନ୍ତୁ ନାହିଁ:
୧. ଶନିବାର ଦିନ ନିଶା କରିବା ଠାରୁ ଦୁରେଇ ରୁହନ୍ତୁ ।
୨. ଶନିବାର ଦିନ ଆମିଷ ଖାଆନ୍ତୁ ନାହିଁ ।
୩. ଏହି ଦିନ ଜୁଆ ଖେଳନ୍ତୁ ନାହିଁ ।
୪. ଗରିବ, ଅନ୍ଧ, ମହିଳା, ଦିବ୍ୟାଙ୍ଗଙ୍କୁ କଷ୍ଟ ଦିଅନ୍ତୁ ନାହିଁ ।
୫. କୁକୁର. ଗାଈ, କାଉଙ୍କୁ ବିଲକୁଲ୍ ହଇରାଣ କରନ୍ତୁ ନାହିଁ ।