ଆସନ୍ତା କାଲି ନ୍ୟୁଜିଲାଣ୍ଡ ମୁକାବିଲା; ଇତିହାସ ପରିବର୍ତ୍ତନ ଲକ୍ଷ୍ୟରେ ବିରାଟ ବାହିନୀ

ନୂଆଦିଲ୍ଳୀ: ପ୍ରଥମ ମ୍ୟାଚରେ ପାକିସ୍ତାନ ବିପକ୍ଷରେ ଦୟନୀୟ ପରାଜୟ ପରେ ଚାପରେ ରହିଥିବା ଭାରତ ତାର ଦ୍ୱିତୀୟ ମୁକାବିଲାରେ ନ୍ୟୁଜିଲାଣ୍ଡକୁ ଭେଟି । ସୁପର-୧୨ର ଏହି ମୁକାବିଲାରେ ଭାରତ ପାଇଁ ବିଜୟ ଅବଶ୍ୟମ୍ଭାବୀ ରହିଛି । ଦୁବାଇରେ ରବିବାର ଖେଳାଯିବାକୁ ଥିବା ଏହି ମୁକାବିଲା ପୂର୍ବରୁ ଭାରତୀୟ ଦଳରେ ଏକାଧିକ ପରିବର୍ତ୍ତନ ଆଶା କରାଯାଉଛି । ଉଭୟ ଦଳ ପାକିସ୍ତାନ ବିପକ୍ଷ ନିଜ ପ୍ରଥମ ମୁକାବିଲାରେ ପରାଜିତ ହୋଇଛନ୍ତି । ସେମି ଫାଇନାଲ ଆଶା ବଳବତ୍ତର ରଖିବା ପାଇଁ ଉଭୟ ଦଳ ପାଇଁ ଏହି ମ୍ୟାଚ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ଏହି ମୁକାବିଲା ପୂର୍ବରୁ ରେକର୍ଡକୁ ଦେଖିଲେ ଏହା କିୱି ଦଳ ସପକ୍ଷରେ ରହିଛି । ଉଭୟ ଦଳ ମଧ୍ୟରେ ଖେଳା ଯାଇଥିବା ଆଇସିସି ଇଭେଣ୍ଟର ଅନ୍ତିମ ୬ଟି ମୁକାବିଲାରେ ଭାରତ ପରାଜିତ ହୋଇଛି । ବିଗତ ୧୮ ବର୍ଷ ମଧ୍ୟରେ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ବିଜୟ ହାସଲ କରିନାହିଁ । ଶେଷ ଥର ପାଇଁ ୨୦୦୩ରେ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱରେ ଭାରତ ବିଜୟୀ ହୋଇଥିଲା । ଏହ ପରେ ୨୦୦୭, ୨୦୧୬, ୨୦୧୯ ଏବଂ ୨୦୨୧ର ଆଇସିସି ଇଭେଣ୍ଟ ମୁକାବିଲାରେ ଭାରତ ପରାଜିତ ହୋଇଛି ।