fbpx

ବଜାରକୁ ଆସିଲା ମେଡ ଇନ ଇଣ୍ଡିଆ ସ୍ମାର୍ଟ ଟିଭି; ମୂଲ୍ୟ ମାତ୍ର ୭୫୦୦

ନୂଆଦିଲ୍ଳୀ: ଦୀପାବଳି ପୂର୍ବରୁ ଭାରତୀୟ ବଜାରରେ ପ୍ରବେଶ କରିଛି କାର୍ବନର ସ୍ମାର୍ଟ ଟିଭି । ମେଡ ଇନ ଇଣ୍ଡିଆ ଟିଭିଟିର ମୂଲ୍ୟ ମଧ୍ୟ ଭାରତୀୟଙ୍କ ପକେଟକୁ ସୁହାଇବା ପରି ରହିଛି । ଏହି ଟିଭିର ମୂଲ୍ୟ ମାତ୍ର ୭୫୦୦ ଟଙ୍କା ରଖାଯାଇଛି । ଏହି ସେଗମେଣ୍ଟରେ କମ୍ ମୂଲ୍ୟରେ ସ୍ମାର୍ଟ ଟିଭି ଓ ଏଲଇଡି ବିକ୍ରି କରାଯିବ । ପ୍ରଥମ ଥର ପାଇଁ କମ୍ପାନୀ ରିଲାଏନ୍ସ ସହିତ ମିଳିତ ଭାବରେ ଟିଭି ଉତ୍ପାଦନ କରୁଛି ।

ଡିଜିଟାଲ ଇଣ୍ଡିଆରେ ଟିଭି କିଣା ବିକା ବଢିଥିବା ବେଳେ ଗ୍ରାହକଙ୍କ ସୁବିଧା ପାଇଁ କମ୍ପାନୀ ପକ୍ଷରୁ ଏହି ଟିଭି ଲଞ୍ଚ କରାଯାଇଛି । ପ୍ରତ୍ୟେକ ଟିଭିର ମୂଲ୍ୟ ନେଇ ଖୁଲାସା କରାଯାଇନଥିଲେ ହେଁ ସର୍ବନିମ୍ନ ମୂଲ୍ୟ ମାତ୍ର ୭୯୯୦ ଟଙ୍କାର ରହିବ ବୋଲି କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି ।

Get real time updates directly on you device, subscribe now.