fbpx

୧୯୯୯ ଟଙ୍କାରେ ମିଳୁଛି ମୁଦ୍ରାଲୋନ୍: ଜାଣନ୍ତୁ ଖବର ପଛର ସତ୍ୟତା

ନୂଆଦିଲ୍ଲୀ: ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ପ୍ରଣୟନ କରାଯାଇଛି । ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର, ଘର ଏବଂ ରାସନ ପରି ବିଭିନ୍ନ ଯୋଜନା ରହିଛି ଯାହାଦ୍ୱାରା ସାଧାରଣ ଲୋକ ଉପକୃତ ହେଉଛନ୍ତି । ଏଭଳି ଏକ ଯୋଜନା ହେଉଛି ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା । ଲୋକଙ୍କୁ ସ୍ୱାବଲମ୍ବୀ କରିିବା ପାଇଁ ଏହି ଯୋଜନାରେ ଋଣ ପ୍ରଦାନ କରାଯାଏ । କିଛି ଦିନ ପୂର୍ବରୁ ସୋସିଆଲ ମିଡିଆରେ ଏମିତି ଏକ ଖବର ବେଶ ଭାଇରାଲ ହୋଇଥିଲା । ମାତ୍ର ୧୯୯୯ ଟଙ୍କା ଜମା କରିବା ଦ୍ୱାରା ମିଳୁଛି ପିଏମ୍ ମୁଦ୍ରା ଲୋନ୍ । ଏପରିକି ସରକାରୀ ଚିଠି ମଧ୍ୟ ବେଶ ଭାଇରାଲ ହୋଇଥିଲା ।

ଏହି ଭାଇରାଲ ଚିଠି ସମ୍ପର୍କରେ ପିଆଇବି ପକ୍ଷରୁ ଏକ ସ୍ପଷ୍ଟୀକରଣ ପ୍ରଦାନ କରାଯାଇଥିଲା । ପିଆଇବି ଫ୍ୟାକ୍ଟ ଚେକ୍ ପକ୍ଷରୁ ଟ୍ୱିଟ୍ କରାଯାଇ ଏଭଳି ଖବରକୁ ସମ୍ପୂର୍ଣ୍ଣ ମିଥ୍ୟା ଓ ଭ୍ରମାତ୍ମକ ବୋଲି ଦାବି କରାଯାଇଥିଲା । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏମିତି କୌଣସି ଅଫର ଦିଆଯାଉନାହିଁ । ଏଭଳି ଠକାମିରୁ ବର୍ତ୍ତିବା ପାଇଁ ଟ୍ୱିଟ୍ କରାଯାଇ ପରାମର୍ଶ ଦିଆଯାଇଛି । ଏପ୍ରିଲ ୮, ୨୦୧୫ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମୁଦ୍ରା ଲୋନ ପ୍ରଣୟନ କରାଯାଇଥିଲା । ତିନୋଟି ବିଭାଗରେ ଏହି ଲୋନ ପ୍ରଦାନ କରାଯାଏ । ଶିଶୁ, କିଶୋର ଏବଂ ତରୁଣ ବର୍ଗରେ ଏହି ଲୋନ ପ୍ରଦାନ କରାଯାଏ । ଶିଶୁରେ ୫୦ ହଜାରରୁ ୫ ଲକ୍ଷ, କିଶୋରରେ ୧-୫ ଲକ୍ଷ ଏବଂ ତରୁଣରେ ୫-୧୦ ଲକ୍ଷ ଯାଏଁ ଲୋନ ପ୍ରଦାନ କରାଯାଇଥାଏ । ୫ ବର୍ଷ ମଧ୍ୟରେ ଏହି ଋଣ ପରିଶୋଧ କରିବାକୁ ପଡିଥାଏ ଏବଂ ସୁଧହାର ୧୦ରୁ ୧୨ ପ୍ରତିଶତ ରହିଥାଏ ।

Get real time updates directly on you device, subscribe now.