ନୂଆଦିଲ୍ଲୀ: ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ପାକିସ୍ତାନ ବିପକ୍ଷ ମ୍ୟାଚ ପରେ ଟ୍ରୋଲ କରାଯାଉଥିଲା । ଏକାଧିକ ପୂର୍ବତନ ଖେଳାଳି ଶାମିଙ୍କ ସମର୍ଥନରେ ବାହାରିଥିଲେ । ଶେଷରେ ଶନିବାର ଭାରତୀୟ ଅଧିନାୟକ ବିରାଟ କୋହଲି ଶାମିଙ୍କ ପ୍ରତି ନିଜର ସମର୍ଥନ ଜାହିର କରିବା ସହିତ ଟ୍ରୋଲ ମାନଙ୍କୁ ସମାଲୋଚନା କରିଥିଲେ । ଭାରତୀୟ ଅଧିନାୟକଙ୍କ ଏପରି ପ୍ରତିକ୍ରିୟାକୁ ସ୍ୱରା ଭାସ୍କର ଓ ଫରହାନ୍ ଅଖତରଙ୍କ ପରି ବଲିଉଡ ସେଲିବ୍ରିଟି ବେଶ ପସନ୍ଦ କରିଛନ୍ତି । ଜଣେ ଆଥଲେଟଙ୍କୁ ତାଙ୍କ ଧର୍ମ ଆଧାରରେ ସମାଲୋଚନା କରିବା ଅତ୍ୟନ୍ତ ଅଶୋଭନୀୟ । ତେବେ ବ୍ୟକ୍ତିଗତ ଭାବରେ ଧର୍ମ ଆଧାରରେ କାହା ପ୍ରତି ଅନ୍ୟାୟ କରିବାକୁ ମୁଁ ବିରୋଧ କରେ । ଶାମି ଭାରତକୁ ଏକାଧିକ ବାର ବିଜୟୀ କରାଇଛନ୍ତି ଯାହାକୁ ଲୋକମାନେ ଭୁଲି ଯାଉଛନ୍ତି ଏବଂ ନିଜର ରାଗ ପ୍ରକାଶ କରୁଛନ୍ତି । ଦେଶ ପ୍ରତି ଶାମିଙ୍କ ଭଲପାଇବା ଅତୁଳନୀୟ । ତେବେ କିଛି ଲୋକ ଏହାକୁ ଯେଉଁଭଳି ଭାବରେ ଅଣଦେଖା କରୁଛନ୍ତି ମୁଁ ସେମାନଙ୍କ ପାଇଁ ଗୋଟିଏ ମିନିଟ ମଧ୍ୟ ନଷ୍ଟ କରିବାକୁ ଚାହିଁବି ନାହିଁ ବୋଲି କହିଛନ୍ତି ଭାରତୀୟ ଅଧିନାୟକ । ଅଧିନାୟକ ତଥା ଦଳ ତାଙ୍କ ସପକ୍ଷରେ ଅଛି ଏବଂ ଶାମି ଏହି ପରସ୍ଥିତିରୁ ବାହାରି ପୁଣି ଥରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବେ ବୋଲି ଶନିବାର ମତ ଦେଇଥିଲେ ବିରାଟ କୋହଲି ।
Well said captain. ???? pic.twitter.com/uQgiuBZUaF
— Farhan Akhtar (@FarOutAkhtar) October 30, 2021
ବିରାଟ କୋହଲିଙ୍କ ଏହି ମତାମତକୁ ସୋସିଆଲ ମିଡିଆରେ ବେଶ ପସନ୍ଦ କରାଯାଇଥିବା ବେଳେ ବଲିଉଡ୍ ଅଭିନେତା ଫରହାନ୍ ଅଖତର, ସ୍ୱରା ଭାସ୍କର ଓ ନକୁଲ ମେହତା । କୋହଲିଙ୍କ ଏହି ଟ୍ୱିଟକୁ ତିନି ଜଣ ଯାକ ରିଟ୍ୱିଟ୍ କରିବା ସହିତ ନିଜର ସମର୍ଥନ ଜାହିର କରିଥିଲେ । ବହୁତ ବଢିଆ କହିଲେ କ୍ୟାପଟେନ୍ ବୋଲି ଫରହାନ୍ ଅଖତର ଲେଖିଥିବା ବେଳେ ସ୍ୱରା ଭାସ୍କର ତାଳିର ଇମୋଜୀ ଦେଇଥିଲେ । ବର୍ତ୍ତମାନ ସୁଦ୍ଧା ଏହା କୋହଲିଙ୍କର ସବୁଠାରୁ ବଢିଆ ଇନିଂସ ବୋଲି ରିଟ୍ୱିଟ୍ କରି ଲେଖିଥିଲେ ନକୁଲ । ଏହା ସହିତ ଶାମି ଭାରତୀୟ ପେସ୍ ଆକ୍ରମଣର ଗୁରୁତ୍ୱ ପୂର୍ଣ୍ର ଅଂଶବିଶେଷ ବୋଲି ପ୍ରକାଶ କରିଥିଲେ କୋହଲି । ଜସପ୍ରୀତ ବୁମରାଙ୍କ ସହିତ ଶାମି ବିଗତ କିଛି ବର୍ଷ ଧରି ଭାରତୀୟ ବୋଲିଂର କମାଣ ସମ୍ଭାଳିଛନ୍ତି । ଭାରତ ଆଜି ନିଜର ଦ୍ୱିତୀୟ ମୁକାବିଲାରେ ନ୍ୟୁଜିଲାଣ୍ଡର ମୁକାବିଲା କରିବ ।
???????????? #ViratKohli pic.twitter.com/uYyRGu4pVE
— Swara Bhasker (@ReallySwara) October 30, 2021