fbpx

ଏବେ ଘର କରିବା ହେବ ମହଙ୍ଗା, ବଢ଼ିଗଲା ସିମେଣ୍ଟ ଦାମ୍

ନୂଆଦିଲ୍ଲୀ: ମାସ ଆରମ୍ଭରୁ ଅନେକ ଜିନିଷର ଦରଦାମ୍ ବଢ଼ିଯାଇଛି । ଏଣିକି ଘର ତିଆରି କରିବା ବି ସାଧାରଣ ଲୋକଙ୍କ ପକ୍ଷେ ଅତ୍ୟନ୍ତ ମହଙ୍ଗା ପଡିବ । କାରଣ ପେଟ୍ରୋଲ ଡିଜେଲ ପରି ସିମେଣ୍ଟ ଦର ବି ବଢ଼ିଯାଇଛି । ହିମାଚଳ ପ୍ରଦେଶରେ ସିମେଣ୍ଟ ଦାମ୍ ଲଗାତାର ବଢ଼ିବାରେ ଲାଗିଛି । ସିମେଣ୍ଟ ଦାମ୍ ବଢ଼ିବାରୁ ଘରୋଇ ଓ ସରକାରୀ କାମ ପ୍ରଭାବିତ ହୋଇଛି । ଏହା ସହ ମଜୁରିଆଙ୍କୁ ବି ଏହା ଯୋଗୁଁ କାମ ମିଳିବା କଷ୍ଟକର ହୋଇଛି ।

ତେବେ ରାଜ୍ୟରେ ଗୋଟିଏ ସପ୍ତାହ ମଧ୍ୟରେ ସିମେଣ୍ଟ ୧୦ ଟଙ୍କା ମହଙ୍ଗା ହୋଇଛି । ସିମେଣ୍ଟ ଡିଲରମାନେ ବି ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି, କାରଣ ଏହାଦ୍ୱାରା ବ୍ୟବସାୟ କମ୍ ହୋଇଛି । କମ୍ପାନୀଗୁଡିକର ସିମେଣ୍ଟ ଦର ପେଟ୍ରୋଲ ଓ ଡିଜେଲ ସହିତ ଜଡ଼ିତ ରହିଛି । ଯଦି ପେଟ୍ରୋଲ-ଡିଜେଲ ଦର ବଢ଼ୁଛି, ତେବେ ଏହାର ପ୍ରଭାବ ସିମେଣ୍ଟ ଦାମ୍ ଉପରେ ବି ପଡ଼ୁଛି । ଏସିସି କମ୍ପାନୀର ସିମେଣ୍ଟ ଦର ପୂର୍ବରୁ ୪୧୯ ଥିବା ବେଳେ ଏବେ ତାହା ୪୪୦ ଟଙ୍କା ହୋଇଛି । ସେହିପରି ଏସିସି ଗୋଲ୍ଡ ୨୬୬ରୁ ୪୭୦, ଅଲଟ୍ରାଟେକ୍ ସିମେଣ୍ଟ ୪୦୦ରୁ ୪୨୦ ଟଙ୍କା ଓ ଅମ୍ବୁଜା ସିମେଣ୍ଟ ୪୦୫ରୁ ୪୧୦ ଟଙ୍କା ହୋଇଛି ।

Get real time updates directly on you device, subscribe now.