ଏକ ଘଣ୍ଟାରେ ବିକ୍ରି ହେଲା Redmi Note 11 Seriesର ୫ ଲକ୍ଷରୁ ଅଧିକ ଫୋନ୍, ଆଜି ଥିଲା ପ୍ରଥମ ସେଲ୍

ନୂଆଦିଲ୍ଲୀ: ସାଓମି କିଛି ଦିନ ପୂର୍ବରୁ Redmi Note 11 Series ଲଞ୍ଚ କରିଥିଲା । ଚୀନରେ ଲଞ୍ଚ ହୋଇଥିବା ଏହି ସିରିଜ୍ ଅଧୀନରେ ତିନିଟି ସ୍ମାର୍ଟଫୋନ୍ ଯେପରିକି- ରେଡମି ନୋଟ୍ ୧୧, ରେଡମି ନୋଟ୍ ୧୧ ପ୍ରୋ ଏବଂ ୧୧ ପ୍ରୋ ପ୍ଲସ୍ । ଖାସ୍ କଥା ହେଉଛି ଏହି ନୂତନ ସ୍ମାର୍ଟଫୋନ୍ ର ସିରିଜକୁ ୟୁଜର୍ସଙ୍କର ଜବରଦସ୍ତ ରେସପନ୍ସ ମିଳିଛି । କମ୍ପାନୀ ପକ୍ଷରୁ ଦାବି କରାଯାଇଛି ଯେ, ପ୍ରଥମ ସେଲରେ ଏକ ଘଣ୍ଟା ମଧ୍ୟରେ ଏହି ସିରିଜ୍ ର ୫ ଲକ୍ଷରୁ ଅଧିକ ସ୍ମାଟଫୋନ୍ ବିକ୍ରି ହୋଇଛି । ତେବେ ଚାଇନା କମ୍ପାନୀ ଆଜି ହିଁ ଏହି ଫୋନକୁ ସେଲ୍ ପାଇଁ ଉପଲବ୍ଧ କରାଇଥିଲା । ଏନେଇ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି ।

ଏହି ସିରିଜ୍ ର ରେଡମି ନୋଟ୍ ୧୧ ସ୍ମାର୍ଟଫୋନ୍ ରେ 2400×1080 ପିକ୍ସଲ ରିଜଲ୍ୟୁସନ୍ ସହିତ ୬.୬ ଇଞ୍ଚର ଡିସପ୍ଲେ ଦିଆଯାଇଛି । ଏହି ଡିସପ୍ଲେ  90Hz ର ରିଫ୍ରେସ୍ ରେଟ୍ ରେ ଆସିଥାଏ । ସେହିପରି ନୋଟ୍ ୧୧ ସିରିଜ୍ ର ଦୁଇଟି ଯାକ ପ୍ରୋ ଭାରିଆଣ୍ଟରେ ଆପଣଙ୍କୁ 2400×1080 ପିକ୍ସଲ ରିଜଲ୍ୟୁସନ୍ ଏବଂ ୧୨୦Hz ର ରିଫ୍ରେସ୍ ରେଟ୍ ସହିତ ୬.୬୭ ଇଞ୍ଚର ଡିସପ୍ଲେ ମିଳିବ ।

ପ୍ରୋସେସର୍ କଥା ଯଦି କହିବା ତେବେ ନୋଟ୍ ୧୧ ପ୍ରୋ ଏବଂ ପ୍ରୋ ପ୍ଲସ୍ ରେ କମ୍ପାନୀ ମିଡିଆଟେକ୍ ଡାଇମେନ୍ସିଟି ୯୨୦ ୫ଜି ଚିପ୍ ସେଟ୍ ଦେଉଛି । ସେହିପରି ଫୋନ୍ ର ବେସ୍ ଭାରିଆଣ୍ଟ ମିଡିଆଟେକ୍ ଡାଇମେନ୍ସିଟି ୮୧୦ ୫ଜି ଚିପ୍ ସେଟ୍ ସହିତ ଆସୁଛି । ଫଟୋଗ୍ରାଫୀ ପାଇଁ ନୋଟ୍ ୧୧ ରେ ୫୦ ମଗୋପିକ୍ସେଲ ର ପ୍ରାଇମେରୀ କ୍ୟାମେରା ଦିଆଯାଇଛି । ଯାହା ୮ ମେଗାପିକ୍ସେଲ୍ ର ଅଲ୍ଟ୍ରା-ୱାଇଡ୍ ଏଙ୍ଗେଲ କ୍ୟାମେରା ସହିତ ଆସିଥାଏ । ସେହିପରି ଅନ୍ୟ ଦୁଇଟି ପ୍ରୋ ଭାରିଆଣ୍ଟରେ ୧୦୮ ମେଗାପିକ୍ସେଲର ଅଲ୍ଟ୍ରା-କ୍ଲିୟର୍ ପ୍ରାଇମେରୀ କ୍ୟାମେରା ସହିତ ୮ ମେଗାପିକ୍ସେଲର ସୁପର୍ ୱାଇଡ୍ ଏଙ୍ଗେଲ୍ ଲେନ୍ସ ସହିତ ଆସୁଛି ।