fbpx

ମମିତା ହତ୍ୟା ମାମଲାରେ ଚାଞ୍ଚଲ୍ୟକର ଖୁଲାସା କଲେ ସାଲୁଜା, କହିଲେ- ‘ଏଥିରେ ବହୁ ନେତାମନ୍ତ୍ରୀଙ୍କ ସେକ୍ସସ୍କାଣ୍ଡାଲ ରହିଛି’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ଘଟଣାରେ ଅଭିଯୁକ୍ତ ଗୋବିନ୍ଦ ସାହୁ ଧରାପଡିଥିଲେ ବି ଏବେବି କିଛି ରହସ୍ୟ ଉପରକୁ ପରଦା ଉଠିନି । ଏହାରି ମଧ୍ୟରେ ମାମଲାରେ ରାୟପୁର ବୁଝାମଣାକୁ ନେଇ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ମନ୍ତ୍ରୀଙ୍କ ରାୟପୁର ଗୁମର ଖୋଲିବା ସହ ସାଲୁଜା ସାଙ୍ଘାତିକ ଅଭିଯୋଗ କରିଛନ୍ତି ।

ସାଲୁଜା କହିଛନ୍ତି ଯେ, ‘ସେପ୍ଟେମ୍ବର ୨୦ରେ ଗୋବିନ୍ଦ ମମିତାଙ୍କୁ ରାୟପୁର ନେଇଥିଲେ । ସେଠାରେ ମନ୍ତ୍ରୀ ଦିବ୍ୟଶଙ୍କର ବୁଝାମଣା ପାଇଁ ଚେଷ୍ଟା କରିଥିଲେ । କୁଲ ହୋମ ଆପାର୍ଟମେଣ୍ଟରେ ବୁଝାମଣା ପାଇଁ ସେ ଚେଷ୍ଟା କରିଥିଲେ । ସେଠାରୁ ସେପ୍ଟେମ୍ବର ୨୩ରେ ମମିତା ଘରକୁ ଫେରିଆସିଥିଲେ । ବୁଝାମଣା ହୋଇନପାରିବାରୁ ଟଙ୍କା ଡିପୋଜିଟ୍ କରିଥିଲା ଗୋବିନ୍ଦ । ୭ ତାରିଖରେ ମମିତାଙ୍କ ଆକାଉଣ୍ଟରେ ୮ ହଜାର ଟଙ୍କା ଡିପୋଜିଟ୍ କରିଥିଲା ଗୋବିନ୍ଦ । ବୁଝାମଣା ହୋଇନଥିବାରୁ ମମିତାଙ୍କୁ ପୁଣି ଡକାଇଥିଲା ଗୋବିନ୍ଦ । ପରେ ୮ ତାରିଖରେ ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା ।’

କଲ୍ ଡିଟେଲ୍ସ ଯାଞ୍ଚ କଲେ ୩ ଜଣ ଗୋଟିଏ ସ୍ଥାନରେ ଥିଲେ କି ନାହିଁ, ସେସବୁ ଜଣାପଡିଯିବ ବୋଲି ସାଲୁଜା କହିଛନ୍ତି । ପେନଡ୍ରାଇଭ୍, ଲାପଟପ୍ ମିଳିଛି, କିନ୍ତୁ ପୋଲିସ କିଛି ଖୁଲାସା କରୁନି । ଏଥିରେ ବହୁ ନେତାମନ୍ତ୍ରୀଙ୍କ ସେକ୍ସସ୍କାଣ୍ଡାଲ ରହିଛି । ନେତାମନ୍ତ୍ରୀଙ୍କ ସେକ୍ସ ସ୍କାଣ୍ଡାଲ ଥିବାରୁ ପୋଲିସ ଏହାକୁ ଲୁଚାଉଥିବା ସାଲୁଜା ଅଭିଯୋଗ କରିଛନ୍ତି ।

Get real time updates directly on you device, subscribe now.