fbpx

ଲଞ୍ଚ ହେଲା Volkswagen ID.5 ଇଲେକ୍ଟ୍ରିକ୍ କାର, ଘଣ୍ଟାପ୍ରତି ୧୮୦ କିମି ବେଗରେ ଦୌଡ଼ିବ

ନୂଆଦିଲ୍ଲୀ: ବର୍ତ୍ତମାନ ଇଲେକ୍ଟ୍ରିକ୍ ଗାଡ଼ିର ଚାହିଦା ଖୁବ୍ ବୃଦ୍ଧି ପାଇବାରେ ଲାଗିଛି । ତୈଳଦର ବୃଦ୍ଧି ପାଉଥିବା ବେଳେ ଲୋକେ ଇଲେକ୍ଟିକ୍ ଗାଡ଼ି ପ୍ରତି ଆକର୍ଷିତ ହେଉଛନ୍ତି । ଏହାକୁ ଧ୍ୟାନରେ ରଖି ଅଟୋମୋବାଇଲ୍ କମ୍ପାନୀ  ମାନେ ନିଜର ଇଲେକ୍ଟ୍ରିକ୍ କାର୍ ର ରେଞ୍ଜକୁ ବଢ଼ାଇବାରେ ଲାଗିଛନ୍ତି । ଏହିୀ ଆଧାରରେ ଜର୍ମାନ୍ ଅଟୋମେକର୍ ଭୋଲକ୍ସୱାଗନ୍ (Volkswagen) ନିଜର ଇଲେକ୍ଟ୍ରିକ୍ କାର୍ ଆଇଡି.୫ ଲଞ୍ଚ କରିଛି ।

କମ୍ପାନୀର ଏହି ଲାଟେଷ୍ଟ୍ କାର୍ ଇଭି ତିନିଟି ଭାରିଆଣ୍ଟ ପ୍ରୋ, ଜିଟିଏକ୍ସ ସହିତ ଆସିଥାଏ । କାର୍ ର ରେଞ୍ଜ ୫୨୦ କିମି, ପାୱାର୍ ୨୯୫ ଏଚପି ଏବଂ ଟପ୍ ସ୍ପିଡ୍ 180km/h ରହିଛି । କମ୍ପାନୀ ଏହି କାର୍ ର ଦାମ୍ ୪୭ ହଜାର ପାଉଣ୍ଡ(୪୭.୮ ଲକ୍ଷ) ରଖିଛି । ଏହି ୫ ମିଟର୍ କାରର ଇଣ୍ଟିରିୟର୍ ଖୁବ୍ ପ୍ରିମିୟମ୍ ଏବଂ ସ୍ପେସିୟସ୍ । ପେନରୋମିକ୍ ସନପ୍ରୁଫ୍ ଥିବା ଏହି କାର୍ ରେ ଆମ୍ବିଏଣ୍ଟ୍ ଲାଇଟିଂ, ଏଆର୍ ଡିସପ୍ଲେ ଓ ୩-ସ୍ପୋକ୍ ଫ୍ଲାଟ୍ ବଟମ୍ ମଲ୍ଟିଫଙ୍କସନାଲ୍ ଷ୍ଟିୟରିଂ ହ୍ୱିଲ୍ ଦିଆଯାଇଛି ।

Get real time updates directly on you device, subscribe now.