fbpx

ଆଜି ବିଜେଡିରେ ମିଶିବେ ପ୍ରଦୀପ ମାଝୀ, ରାଜନୀତିରେ ଆରମ୍ଭ କରିବେ ନୂଆ ଇନିଂସ୍

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ନବରଙ୍ଗପୁରର ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀ ଶନିବାର ବିଜୁ ଜନତା ଦଳ (ବିଜେଡି)ରେ ଯୋଗ ଦେବେ । ନବରଙ୍ଗପୁରରେ ଆୟୋଜିତ ହେବାକୁ ଥିବା ବିଜେଡିର ମିଶ୍ରଣ କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଦୀପ । କିଛି ବରିଷ୍ଠ କଂଗ୍ରେସ ନେତା ଓ କର୍ମୀ ବି ଏହି ଅବସରରେ ବିଜେଡିରେ ସାମିଲ ହେବା ନେଇ ଯୋଜନା ରହିଛି । ଏହି ମିଶ୍ରଣ ପର୍ବରେ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବେ ବେଳେ ବୋଲି ସୂଚନା ମିଳିଛି । କଂଗ୍ରେସରୁ ଇସ୍ତଫା ଦେଇଥିବା ପ୍ରଦୀପ ମାଝି ବିଜେଡିରେ ଯୋଗ ଦେବା ନେଇ ପୂର୍ବରୁ ଆନୁଷ୍ଠାନିକ ଭାବେ ଘୋଷଣା କରିଥିଲେ । ଦକ୍ଷିଣାଞ୍ଚଳର ବିକାଶ ଲାଗି ସେ କଂଗ୍ରେସରୁ ଇସ୍ତଫା ଦେଇଥିବା କହିଥିଲେ ।

Get real time updates directly on you device, subscribe now.