fbpx

ବିନା ଇଣ୍ଟରନେଟରେ ଚାଲିବ Whatsapp: ଆପଣଙ୍କ ଫୋନରେ ଏହି ଫିଚର ରହିଛି କି ନାଁ ଏମିତି ଚେକ୍ କରନ୍ତୁ

ନୂଆଦିଲ୍ଲୀ: ହ୍ୱାଟ୍ସଆପ୍ ପକ୍ଷରୁ ଏକ ନୂତନ ଫିଚର ଲଞ୍ଚ କରାଯାଇଛି । ଏହି ନୂତନ ଫିଚର ଅନୁଯାୟୀ ଏକା ସାଙ୍ଗରେ ୪ଟି ଡିଭାଇସରେ ଚାଲିପାରିବ ହ୍ୱାଟ୍ସଆପ୍ । ଏହି ନୂତନ ଫିଚର ଅନୁଯାୟୀ ଏକା ସାଙ୍ଗରେ ୪ଟି ଡିଭାଇସରେ ଆପଣଙ୍କ ହ୍ୱାଟ୍ସଆପ୍ ଲଗ ଇନ୍ ହୋଇପାରିବ । ଏହା ସହିତ ଏହି ସେବାର ଲାଭ ଉଠାଇବା ପାଇଁ ଆପଣଙ୍କୁ ଅନଲାଇନ ରହିବାକୁ ମଧ୍ୟ ପଡିବ ନାହିଁ । ଅର୍ଥାତ ହ୍ୱାଟ୍ସଆପ୍ ବ୍ୟବହାର କରିବା ପାଇଁ ଆପଣ ଇଣ୍ଟରନେଟର ବ୍ୟବହାର କରିବେ ନାହିଁ ।

ଉଭୟ ଆଣ୍ଡ୍ରଏଡ ଏବଂ ଆଇଓଏସ ପାଇଁକ ଏହି ସେବାର ଲଞ୍ଚ କରାଯାଇଛି । ପୂର୍ବରୁ ହ୍ୱାଟ୍ସଆପକୁ ଡେସ୍କଟପ ବା ଲାପଟପରେ ବ୍ୟବହାର କରିବା ପାଇଁ ଅନଲାଇନ ରହିବା ଆବଶ୍ୟକ ପଡୁଥିଲା । ମାତ୍ର ଏହି ନିୟମକୁ ବଦଳାଇ ଦେଇଛି ହ୍ୱାଟ୍ସଆପ୍ । ଏହି ଟେଷ୍ଟିଂ ବର୍ତ୍ତମାନ ବିଟା ଷ୍ଟେଜରେ ରହିଛି । ପୂର୍ବପରି ଲିଙ୍କଡ ଡିଭାଇସରେ ଗଲେ ଯଦି ଆପଣଙ୍କୁ ବିଟାର ଅପସନ ଦେଖଉଛି ତାହେଲେ ଆପଣ ଏହି ସେବାର ଲାଭ ଉଠାଇ ପାରିବେ । ତୁରନ୍ତ ଚେକ୍ କରି ନିଅନ୍ତୁ ଆପଣଙ୍କ ଫୋନରେ ଏହି ସୁବିଧା ଉପଲବ୍ଧ ଅଛି କି ।

Get real time updates directly on you device, subscribe now.