ଭୁବନେଶ୍ୱର: ବାଇକ୍ ଲୋନ ହେଲା ସହଜ । ଏବେ ଘରେ ବସି ପାଇପାରିବେ ୩ ଲକ୍ଷ ପର୍ଯ୍ୟନ୍ତ ବାଇକ୍ ଲୋନ୍ । କାରଣ ଭାରତର ସବୁଠୁ ବଡ଼ ସରକାରୀ ବ୍ୟାଙ୍କ ଏସବିଆଇ ଏବେ ଏଭଳି ଏକ ସ୍କିମ ଆଣିଛି ଯାହା ସାହାଯ୍ୟରେ ଗ୍ରାହକ ଅତି ସହଜରେ ଘରେ ବସି ପାଇପାରିବେ ବାଇକ୍ ଲୋନ୍ । ଏସିବିଆଇ ଏହାର କଷ୍ଟମରଙ୍କ ପାଇଁ ଆଣିଛି ପ୍ରି-ଆପ୍ରୁଭ୍ଡ ଟୁ-ହ୍ୱିଲର ଯୋଜନା ‘ଏସବିଆଇ ଇଜି ରାଇଡ’ । ଏହି ଯୋଜନାର ସବୁଠୁ ବଡ଼ କଥା ହେଉଛି ଯୋଗ୍ୟ ଗ୍ରାହକ ବିନା ବ୍ୟାଙ୍କ ଯାଇ ଏହି ଲୋନ ପାଇପାରିବେ ।
ପ୍ରକୃତରେ ଗ୍ରାହକ ୟୋନୋ ଆପ୍ ଦ୍ୱାରା ଏଣ୍ଡ-ଟୁ-ଏଣ୍ଡ ଡିଜିଟାଲ ଟୁ-ହ୍ୱିଲର ଲୋନର ଫାଇଦା ଉଠାଇପାରିବେ । ଗ୍ରାହକ ସର୍ବାଧିକ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟୁ-ହ୍ୱିଲର ଲୋନ୍ ନେଇପାରିବେ । ୪ବର୍ଷର ସର୍ବାଧିକ ସମୟସୀମା ସହ ୩ ଲକ୍ଷ ଟଙ୍କା ଉପରେ ୧୦.୫% ପ୍ରତିବର୍ଷ ହିସାବରେ ସୁଧ ଦେବାକୁ ହେବ । ଏହି ସ୍କିମରେ ସର୍ବନିମ୍ନ ଲୋନ ରାଶି ୨୦,୦୦୦ ଟଙ୍କା ରଖାଯାଇଛି । ଯୋଗ୍ୟ ଗ୍ରାହକ ଆବଶ୍ୟକ ତଥ୍ୟ ଦେବା ପରେ ଟଙ୍କା ସିଧାସଳଖ ଡିଲରଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଯିବ । ତେବେ ପ୍ରତି ଲକ୍ଷ ଉପରେ ସର୍ବନିମ୍ନ ଇଏମଆଇ ୨୫୬୦ ଟଙ୍କା ରହିଛି । ସଂପୂର୍ଣ୍ଣ ବିବରଣୀ ପାଇଁ ଆପଣ ୟୋନୋ ଆପରେ ଭିଜିଟ କରିପାରିବେ ।