fbpx
BJD SKY
BJD SKY

ଶାରଜାରେ ଚମକିଲେ ଦୁସେନ ଓ ମାର୍କରାମ: ଇଂଲଣ୍ଡ ସମ୍ମୁଖରେ ୧୯୦ ରନର ଲକ୍ଷ୍ୟ

BJD

ନୂଆଦିଲ୍ଲୀ: ସେମି ଫାଇନାଲ ଲକ୍ଷ୍ୟରେ ଖେଳୁଥିବା ସାଉଥ୍ ଆଫ୍ରିକା ଗ୍ରୁପ ଟପ୍ପର ଇଂଲଣ୍ଡ ସମ୍ମୁଖରେ ୧୯୦ ରନର ଲକ୍ଷ୍ୟ ଧାର୍ୟ୍ୟ କରିଛି । ଟସ ହାରି ପ୍ରଥମେ ବ୍ୟାଟିଂ କରୁଥିବା ସାଉଥ୍ ଆଫ୍ରିକା ପକ୍ଷରୁ ରାଶି ଭାନ ଡେର ଦୁସେନ ଏବଂ ଏଡେନ ମାର୍କରାମ ଅର୍ଦ୍ଧଶତକ ହାସଲ କରିଥିଲେ । ୬୦ ବଲ ଖେଳିଥିବା ଭାନ ଡେର ଦୁସେନ ୯୪ ରନରେ ଅପରାଜିତ ରହିଥିବା ବେଳେ ମାର୍କରାମ ଅପରାଜିତ ୫୨ ରନ କରିଥିଲେ । ଇଂଲଣ୍ଡ ପକ୍ଷରୁ ମୋଇନ ଅଲୀ ଓ ଆଦିଲ ରଶିଦ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଆଫ୍ରିକା ନିକଟରେ ପ୍ଲେ ଅଫର ଚାପ ରହିଥିଲା । ରିଜା ହେଣ୍ଡ୍ରିକ୍ସ ମାତ୍ର ୨ ରନ କରି ମୋଇନଙ୍କ ଦ୍ୱାରା ଆଉଟ ହୋଇଥିଲେ । ତେବେ କ୍ୱିଣ୍ଟନ ଡିକକ(୩୪) ଓ ଦୁସେନ(୯୪) ସତର୍କତାର ସହିତ ଇନିଂସ ଆଗକୁ ବଢାଇଥିଲେ । ଦଳୀୟ ସ୍କୋର ୮୬ରେ ଡି କକ୍ ପ୍ୟାଭିଲିୟନ ଫେରିବା ପରେ ଦୁସେନ ଗିଅର ବଦଳାଇଥିଲେ । ଦୁସେନଙ୍କ ଇନିଂସରେ ୫ ଚୌକା ଓ ୬ ଛକା ସାମିଲ ଥିଲା । ଏଡେନ ମାର୍କରାମ ୨୫ ବଲ ଖେଳି ୨ ଚୌକା ଓ ୪ ଛକା ମାରିଥିଲେ । ମୋଇନ ଅଲୀ ୨୭ ରନ ଏବଂ ଆଦିଲ ରଶିଦ୍ ୩୨ ରନ ବ୍ୟୟ କରି ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

Get real time updates directly on you device, subscribe now.