fbpx

ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରୁ ସନ୍ୟାସ ନେବେ ୱେଷ୍ଟଇଣ୍ଡିଜର ସିକ୍ସର କିଙ୍ଗ୍, କିଛି ଏମିତି ରହିଛି କାରଣ…

ଆବୁଧାବି: ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରୁ ଅବସର ନେବେ ୟୁନିୟର୍ସ ବସ୍‌ ଭାବେ ପରିଚିତ କ୍ରିସ୍‌ ଗେଲ । ଶନିବାର ଦନି ଟି-୨୦ ବିଶ୍ୱକପର ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ୱେଷ୍ଟଇଣ୍ଡିଜ ହାରି ଯିବା ପରେ ଗେଲଙ୍କ ଅବସର ନେଇ ଏହି ସୂଚନା ମିଳିଛି । ତେବେ ସେ ଆନୁଷ୍ଠାନିକ ଭାବେ ଅବସର ଘୋଷଣା କରି ନାହାନ୍ତି । ମାତ୍ର ଦଳର ଅନ୍ୟତମ ଅଲରାଉଙଋର ଡ୍ୱାନେ ବ୍ରାଭୋ ଏହି ପରାଜୟ ସହିତ ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରକୁ ଅଲବିଦା ଜଣାଇଛନ୍ତି ।

ଏହା ସହିତ କ୍ରିସ୍‌ ଗେଲ ମଧ୍ୟ ଆଗାମୀ ସମୟରେ ଆଉ ନିଜ ଦେଶପାଇଁ ଏହି ଫର୍ମାଟ କ୍ରିକେଟ ଖେଳିବେ ନାହିଁ ବୋଲି ସୂଚନା ଦେଇଛନ୍ତି । ତେବେ ସେ ଅନ୍ୟ ସ୍ଥାନରେ ଟି- ୨୦ ଲିଗ ଖେଳିବା ସମ୍ଭାବନା ରହିଛି । ଗେଲ ୱେଷ୍ଟଇଣ୍ଡିଜ ପାଇଁ ୭୯ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳି ୨ ଶତକ ଓ ୧୪ ଅର୍ଦ୍ଧଶତକ ସହିତ ୧୮୯୯ ରନ କରିଥିବା ବେଳେ ବିଭିନ୍ନ ଲିଗରେ ପ୍ରତିନିଧିତ୍ୱ କରି ମୋଟ ୪୪୫ ଟି-୨୦ ଇନିଂସ ଖେଳି ୨୨ ଶତକ ସହିତ ୧୪,୩୨୧ ରନ ସଂଗ୍ରହ କରିଛନ୍ତି । ସେହିପରି ୧୦୩ ଟେଷ୍ଟ ଖେଳି ୭୨୧୪ ଓ ୩୦୧ ଦିନିକିଆରେ ୧୦,୪୮୦ ରନ କରିଥିବା ବେଳେ ୨୦୧୪ରୁ ଟେଷ୍ଟ କ୍ରିକେଟ ଓ ୨୦୧୯ରୁ ଦିନିକିଆ କ୍ରିକେଟ ଠାରୁ ଦୂରେଇ ଯାଇଥିଳେ । ୨୦୧୩ ଆଇପିଏଲ ସିଜିନର ଗୋଟିଏ ମ୍ୟାଚରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ୬୬ ବଲରୁ ୧୭୫ ରନ ସଂଗ୍ରହ ରେକର୍ଡ ଏ ପର୍ଯ୍ୟନ୍ତ ଅତୁଟ ରହିଛି ।

Get real time updates directly on you device, subscribe now.