fbpx

ଜେଲରେ ଆଶାରାମ ବାପୁଙ୍କ ବିଗିଡିଲା ସ୍ୱାସ୍ଥ୍ୟବସ୍ଥା; ଏମ୍ସ ଆଇସିୟୁରେ ଭର୍ତ୍ତି, ୪୮ ଘଣ୍ଟା ପର୍ଯ୍ୟନ୍ତ ମେଡିକାଲ ଅବଜରଭେସନରେ

ନୂଆଦିଲ୍ଲୀ: ଆତ୍ମଘୋଷିତ ଭଗବାନ ଆଶାରାମ ବାପୁଙ୍କୁ ଶନିବାର ଯୋଧପୁରର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ (ଏମ୍‌ସ )ର ଆଇସିୟରେ ଭର୍ତ୍ତି କରାଯାଇଛି । ପରିସ୍ରା ସଂକ୍ରମଣ ଏବଂ ଲିଭର ସମସ୍ୟା ଯୋଗୁ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ୮୦ ବର୍ଷୀୟ ଆଶାରାମ ବାପୁଙ୍କୁ ୪୮ ଘଣ୍ଟା ପର୍ଯ୍ୟନ୍ତ ମେଡିକାଲ ଅବଜରଭେସନରେ ରଖାଯିବ । ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଶାରାମ ବର୍ତ୍ତମାନ ଯୋଧପୁର ସେଣ୍ଟ୍ରାଲ ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି । ତାଙ୍କ ସ୍ୱାସ୍ଥ୍ୟ ସମସ୍ୟା ଯୋଗୁ ତାଙ୍କୁ ନିୟମିତ ଏମ୍‌ସ ଯୋଧପୁରକୁ ଅଣାଯାଉଛି ।

୨୦୧୩ରେ ଜଣେ ୧୬ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ନେଇ ଆଶାରାମଙ୍କ ନାମରେ ଅଭିଯୋଗ ଆସିଥିଲା । ୨୦୧୪ରେ ତାଙ୍କୁ ଗିରଫ କରାଯାଇଥିଲା । ଶନିବାର ଆଶାରାମଙ୍କୁ ଜେଲରୁ ଆଣିବା ବେଳେ ତାଙ୍କ ସମର୍ଥକମାନେ ଗହଳି କରିଥିଲେ । ତାଙ୍କୁ କଡ଼ା ସୁରକ୍ଷା ବ୍ୟବସ୍ଥାରେ ଏମସ୍‌ ଅଣାଯାଇଥିଲା । ଏହି ସୟମରେ ଭିଡ଼କୁ ପୁଲିସ ପକ୍ଷରୁ ହଟାଯାଇଥିଲା । ପୂର୍ବରୁ ଚଳିତ ବର୍ଷ ମେ ମାସରେ ଆଶାରାମ ବାପୁଙ୍କୁ କୋଭିଡ ପଜିଟିଭ୍‌ ହେବା ପରେ ତାଙ୍କୁ ଯୋଧପୁରର ଏମଡିଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

Get real time updates directly on you device, subscribe now.