fbpx

କାର୍ଯ୍ୟରେ ଅବହେଳା ଯୋଗୁଁ ରେଞ୍ଜର ନିଲମ୍ବିତ, ଡିଏଫଓଙ୍କ ସୂଚନା

କରଞ୍ଜିଆ(ଓଡ଼ିଶା ଭାସ୍କର): ରାଜ୍ୟରେ ଦୁର୍ନୀତି ବଢ଼ିଚାଲିଥିବା ବେଳେ ଏହା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ସରକାର । ଏହାରି ମଧ୍ୟରେ କାର୍ଯ୍ୟରେ ଅବହେଳା ଅଭିଯୋଗରେ ଦୁଧିଆଳୀ ରେଞ୍ଜରଙ୍କୁ ନିଲମ୍ବିତ କରାଯାଇଛି । ଦୁଧିଆଳୀ ରେଞ୍ଜର ଅଧିକାରୀ ସରୋଜ ପଣ୍ଡା ନିଲମ୍ବିତ ହୋଇଛନ୍ତି । ହାତୀଜନିତ କ୍ଷୟକ୍ଷତିର ସହାୟତା ଅର୍ଥ ପ୍ରଦାନରେ ବିଳମ୍ବ ହୋଇଥିବା ଅଭିଯୋଗ ହୋଇଛି । ରେଞ୍ଜରଙ୍କୁ ନିଲମ୍ବନ କରାଯିବା ନେଇ ଡିଏଫଓ ସୂଚନା ଦେଇଛନ୍ତି ।

ତେବେ ଅର୍ଥ ହଡ଼ପ ଅଭିଯୋଗରେ କାଲି ଡାଟା ଏଣ୍ଟ୍ରି ଅପରେଟର ଗିରଫ ହୋଇଥିଲେ । ହାତୀଜନିତ କ୍ଷତିପୂରଣ ଅର୍ଥ ହଡ଼ପ ଅଭିଯୋଗରେ ସେ ଗିରଫ ହୋଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.