fbpx

କୁକୁରକୁ କିସ୍ କରିବାକୁ ଯାଉଥିଲେ ଯୁବତୀ, ମୁହଁରୁ ଅଲଗା କରିଦେଲା ଓଠ

ନୂଆଦିଲ୍ଲୀ: ପଶୁ ମାନଙ୍କ ବ୍ୟବହାର କେତେବେଳେ କଣ ହୋଇଥାଏ ତାହା କହିବା ମୁସ୍କିଲ୍ । ଏମିତିରେ ବି କୁକୁରକୁ ମଣିଷର ବନ୍ଧୁ କୁହାଯାଇଥାଏ । କୁକୁରକୁ ସବୁଠାରୁ ବିଶ୍ୱସ୍ତ ପଶୁ ବୋଲି କୁହାଯାଏ । କିନ୍ତୁ ଏସବୁ ପରେ ବି କୁକୁର ହେଉଛି ଗୋଟିଏ ପଶୁ । ସେମାନଙ୍କ ବ୍ୟବହାର କେତେ ବେଳେ କଣ ହୁଲ ତାହା କେବଳ ସେମାନେ ହିଁ ଜାଣିପାରନ୍ତି । ଏ ଦିଗରେ ଟିକେ ଅବହେଳା ଆପଣ ମାନଙ୍କୁ ମହଙ୍ଗା ପଡ଼ିପାରେ । ଏପରି କିଛି ହୋଇଛି ଆମେରିକାରେ ରହୁଥିବା ମାରିଏଙ୍କ ସହିତ । ମାରିଏ ଯେତେବେଳେ କୁକୁରକୁ ସ୍ନେହ କରିବାକୁ ନିଜ ମୁହଁକୁ ଆଗକୁ ବଢ଼ାଇଥିଲେ ସେତେବେଳେ ତାଙ୍କୁ ତାହା ଖୁବ୍ ମହଙ୍ଗା ପଡ଼ିଥିଲା ।

ସୂଚନା ମୁତାବକ, ୪୮ ବର୍ଷର ମାରିଏଙ୍କ ଉପରେ ତାଙ୍କ ଘର ବାହାରେ ଆଟାକ୍ ହୋଇଥିଲା । ସେ ଯେତେବେଳେ କିସ୍ କରିବାକୁ ମୁହଁ ତଳକୁ ନଇଁଥିଲେ । ହେଲେ କୁକୁର କିଛି ଅଲଗା ମୁଡ୍ ରେ ହିଁ ଥିଲା । ଏହାପରେ ମାରିଏଙ୍କ ଉପର ଓଠକୁ କୁକୁର କାମୁଡ଼ି ଅଲଗା କରିଦେଲା । ମାରିଏଙ୍କୁ ଖୁବ୍ ଜୋରରେ ଯନ୍ତ୍ରଣା ହୋଇଥିଲା । ସେ ଏହି ସମୟର ଏକ ଫଟୋକୁ ସୋସିଆଲ ମିଡିଆରେ ସେୟାର୍ କରିଛନ୍ତି ।

ମାରିଏଙ୍କ ମୁହଁକୁ କୁକୁରଟି ପୂରା ବିଗାଡ଼ି ଦେଇଥିଲା । ତାଙ୍କ ଉପର ଓଠ ପୂରା କଟିଯାଇଥିଲେ । ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ପ୍ଲାଷ୍ଟିକ୍ କରିବା ଚେଷ୍ଟା କରାଯାଇଥିଲା କିନ୍ତୁ ଏହାପରେ ବି ମୁହଁ ଠିକ୍ ହୋଇନଥିଲା । ମାରିଏ କହିଛନ୍ତି ଯେ, ସେ କୁକୁରଙ୍କ ବ୍ରିଡ୍ କୁ ଚିହ୍ନି ପାରିନଥିଲେ । ତେବେ ତାଙ୍କର ଚିକିତ୍ସାରେ ଏବେ ୭ଲକ୍ଷ ଟଙ୍କା ଖର୍ଚ୍ଚ ହୋଇସାରିଲାଣି । ଏହାପରେ ବି ତାଙ୍କ ଅବସ୍ଥା ସୁଧୁରିପାରିନି ।

Get real time updates directly on you device, subscribe now.