fbpx

ଗାଡ଼ି ଚଳାନ୍ତୁ ବା କାର୍, ସାଙ୍ଗରେ ନେଇଯାଆନ୍ତୁ ଏହି ସାର୍ଟିଫିକେଟ୍; ନହେଲେ ଗଣିବେ ୧୦,୦୦୦ ଟଙ୍କାର ଜୋରିମାନା

ନୂଆଦିଲ୍ଲୀ: ଦୀପାବଳି ପରେ ଦିଲ୍ଲୀ, ଏନସିଆରର ଅବସ୍ଥା ବିପଦଜ୍ଜନକ ସ୍ଥିତିକୁ ଆସିଛି । ଦୀପାବଳିରେ ବାଣ ଫୁଟାଇବା ବ୍ୟାନ୍ ହେବା ପରେ ବି ଲୋକମାନେ ଅଧିକ ବାଣ ଫୁଟାଇଲେ, ଫଳରେ ଦିଲ୍ଲୀ-ଏନସିଆର ଧୂଆଁମୟ ହୋଇ ଏକ କଳା ପରସ୍ତ ଜମା ହୋଇଛି । ଲୋକଙ୍କ ଆଖି ଜଳିବା ଓ ନିଶ୍ୱାସ ନେବାରେ ଅସୁବିଧା ଆଦି ସମସ୍ୟା ସାମ୍ନାକୁ ଆସୁଛି । ଏହାରି ମଧ୍ୟରେ ଶନିବାର ଦିନ ପାଣିପାଗରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି । ଏହି ସମସ୍ୟା ଆଗକୁ ଯେପରି ନବଢ଼େ, ସେଥିପାଇଁ ଦିଲ୍ଲୀ ପରିବହନ ବିଭାଗ ପକ୍ଷରୁ ନୂଆ ଗାଇଡଲାଇନ୍ ଜାରି ହୋଇଛି ।

ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ନୂଆ ଗାଇଡଲାଇନ୍ ମୁତାବକ, ଗାଡ଼ି ବା କାର ଚଳାଉଥିବା ବେଳେ ସାଙ୍ଗରେ ପିୟୁସି ସାଟିଫିକେଟ୍ ବା ନେଇ ଯିବା ବାଧ୍ୟତାମୂଳକ କରାଯାଇଛି । ଏହି ସାର୍ଟିଫିକେଟ୍ ବି ବୈଧ ହେବା ଉଚିତ୍, ଅର୍ଥାତ୍ ଏହି ଗାଡ଼ିରୁ ପ୍ରଦୂଷଣ ହେବ ନାହିଁ ବୋଲି ତାଜା ଅପଡେଟ୍ ରହିବା ଆବଶ୍ୟକ । ପିୟୁସି ବିନା ବା ଏକ୍ସପାଇରି ପିୟୁସି ସହିତ କୌଣସି ଚାଳକ ଧରାପଡନ୍ତି, ତେବେ ଜୋରିମାନା ସହିତ ଅନ୍ୟ ଦଣ୍ଡ ଭୋଗିପାରନ୍ତି ।

ପରିବହନ ବିଭାଗ ପକ୍ଷରୁ ଜାରି ହୋଇଥିବା ଏକ ସାର୍ବଜନିକ ନୋଟିସ ଅନୁସାରେ, ପିୟୁସି ସାର୍ଟିଫିକେଟ୍ ନଦେଖାଇଲେ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ୩ ମାସ ପର୍ଯ୍ୟନ୍ତ ରଦ୍ଦ ହୋଇଯିବ । ଦିଲ୍ଲୀରେ ପ୍ରଦୂଷଣକୁ ନିୟନ୍ତ୍ରଣ କରିବାକୁ ପରିବହନ ବିଭାଗ ଏହି ପ୍ରୟାସ ଆରମ୍ଭ କରିଛନ୍ତି । ଯଦି କୌଣସି ଚାଳକ ବୈଧ ପିୟୁସି ସାର୍ଟିଫିକେଟ୍ ନଦେଖାନ୍ତି, ତେବେ ତାଙ୍କୁ ୬ ମାସ ଜେଲଦଣ୍ଡ ବା ୧୦ ହଜାର ଟଙ୍କାର ଜୋରିମାନା ନହେଲେ ୨ ଟି ଯାକ ଦେବାକୁ ପଡିପାରେ । ଏଥିରୁ ରକ୍ଷାପାଇବା ପାଇଁ ଚାଳକମାନଙ୍କୁ ସର୍ବଦା ଏହି ପ୍ରମାଣପତ୍ର ସାଙ୍ଗରେ ନେଇ ଯିବାକୁ ପଡ଼ିବ ।

Get real time updates directly on you device, subscribe now.