fbpx

୭୦ ବର୍ଷ ହେଲା ଏଠାରେ ହୋଇନି କାହାର ବି ମୃତ୍ୟୁ, ଜାଣନ୍ତୁ ଏହା ପଛରେ କଣ ରହିଛି ସତ୍ୟତା

ନୂଆଦିଲ୍ଳୀ: ଦୁନିଆରେ ଅନେକ ପ୍ରକାର ରହସ୍ୟମୟୀ ସ୍ଥାନ ଓ କଥା ରହିଛି । ଯାହା ସମ୍ପର୍କରେ ଜାଣିବା ପରେ କେହି ବି ସହଜରେ ବିଶ୍ୱାସ କରିପାରନ୍ତି ନାହିଁ । ଏହି ଆଧାରରେ ଏପରି ଏକ ସ୍ଥାନ ରହିଛଇ ଯାହା ସମ୍ପର୍କରେ କହିବା ପରେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ । ଆଜି ଆମେ ଏପରି ଏକ ସ୍ଥାନ ସମ୍ପର୍କରେ କହିବାକୁ ଯାଉଛୁ ଯେଉଁଠାରେ ୭୦ ବର୍ଷ ହେଲା କାହାର ବି ମୃତ୍ୟୁ ହୋଇନାହିଁ । ଏଠାରେ କୌଣସି ବି ଲୋକଙ୍କର ମୃତ୍ୟୁ ୭୦ ବର୍ଷ ହେଲା ହୋଇନାହିଁ । ଏହା ଶୁଣିବା ପରେ ଆପଣଙ୍କୁ ନିଶ୍ଚୟ ଅଜବ ଲାଗୁଥିବ । ହେଲେ ଏହା ଏକଦମ୍ ସତ । ଏବେ ଆପଣ ଭାବୁଥିବେ ଏଠାରେ ବୋଧହୁଏ କେହି ବି ରହୁନଥିବେ । କିନ୍ତୁ ଏଠାରେ ଅନେକ ଲୋକ ବସବାସ କରନ୍ତି । ତେବେ ଚାଲନ୍ତୁ ଜାଣିବା ଏହି ସ୍ଥାନ ସମ୍ପର୍କରେ ।

ଏହି ଅଜବ ସ୍ଥାନ ନରୱେ ଠାରେ ରହିଛି । ଏଠାରେ ଅନେକ ସୁନ୍ଦର ସୁନ୍ଦର ସ୍ଥାନ ରହିଛି । ଯେଉଁଥିପାଇଁ ଦୁନିଆର କୋଣ ଅନୁକୋଣରୁ ଏଠାକୁ ପର୍ଯ୍ୟଟକ ମାନେ ଭ୍ରମଣ ଉର୍ଦ୍ଦେଶ୍ୟରେ ଆସିଥାନ୍ତି । ନରୱେର ଏହି ଜାଗାର ନାମ ହେଲା ଲଙ୍ଗ ଇୟରବେନ୍ । ଏହି ସ୍ଥାନରେ କେହି ବି ମୃତ୍ୟୁବରଣ କରିବେ ନାହିଁ । ଏବେ ଆପଣ ଏହାର କଣ କାରଣ ରହିଥାଇପାରେ ତାହା ଭାବୁଥିବେ ।

ନରୱେକୁ ମିଡନାଇଟ୍ ସନ୍ ନାମରେ ମଧ୍ୟ ଜଣାଯାଏ । ଏହି ଦେଶରେ ମେ ମାସରୁ ଆରମ୍ଭ କରି ଜୁଲାଇ ମାସ ଶେଷ ପର୍ଯ୍ୟନ୍ତ ସୂର୍ଯ୍ୟାସ୍ତ ହୋଇନଥାଏ । ଏଠାରେ ଲଗାତର ୭୬ ଦିନ ପର୍ଯ୍ୟନ୍ତ ଦିନ ରହିଥାଏ । ରାତି ହୁଏ ନାହିଁ । ଏଠାକାର ସ୍ୱାଲବାର୍ଡରେ ମଧ୍ୟ ସୂର୍ଯ୍ୟ ଏପ୍ରିଲ ୧୦ ତାରିଖରୁ ଅଗଷ୍ଟ ୨୩ ତାରିଖ ପର୍ଯ୍ୟନ୍ତ ସୂର୍ଯ୍ୟ ଅସ୍ତ ହୁଏ ନାହିଁ । ଲଙ୍ଗ ଇୟରବେନ୍ ରେ ଏଠାକାର ଲୋକଙ୍କ ମୃତ୍ୟୁ ଉପରେ ବ୍ୟାନ୍ ଲଗାଯାଇଛି ।

ନରୱେର ଉତ୍ତର ଧ୍ରୁବରେ ଥିବା ଲଙ୍ଗ ଇୟରବେନ୍ ବର୍ଷ ତମାମ ଭୀଷଣ ଥଣ୍ଡାପଡ଼ିଥାଏ । ଯେଉଁ କାରଣରୁ ଏଠାରେ ଶବ ସଢ଼େ ନାହିଁ । ଏହି କାରଣରୁ ଏଠାକାର ଲୋକଙ୍କ ମରିବା ଉପରେ ବ୍ୟାନ୍ ଲଗାଯାଇଛି । ସବୁଠାରୁ ଆଶ୍ଚର୍ଯ୍ୟ କରିବା ପରି କଥା ହେଉଛି ଏହି ସହରରେ ୭୦ ବର୍ଷ ହେଲା କାହାର ବି ମୃତ୍ୟୁ ହୋଇନାହିଁ । ଏହି ଅଜବ ସହରରେ ଇସାଇ ଧର୍ମାବଲମ୍ବୀ ଲୋକ ଅଧିକ ବସବାସ କରିଥାନ୍ତି ।

୧୯୧୭ରେ ଏଠାରେ ଜଣେ ବ୍ୟକ୍ତିର ମୃତ୍ୟୁ ହୋଇଥିଲା । ଯିଏକି ଇନଫ୍ଲୁଏଞ୍ଜାରେ ପ୍ରାଣ ହରାଇଥିଲା । ଉକ୍ତ ବ୍ୟକ୍ତିର ଶବକୁ ଲଙ୍ଗ୍ ଇୟରବେନ୍ ରେ ପୋତା ଯାଇଥିଲା । ହେଲେ ତାର ଶବ ଏବେ ବି ଇନଫ୍ଲୁଏଞ୍ଜା ଭାଇରସ୍ କବଳରେ ରହିଛି । ଏହି କାରଣରୁ ପ୍ରଶାସନ ଏଠାରେ କୌଣସି ଲୋକର ମୃତ୍ୟୁ ଉପରେ ବ୍ୟାନ୍ ଲଗାଇଛି । ତେବେ ଏହି ସହରର ଜନସଂଖ୍ୟା ୨୦୦୦ । ଯଦି ଏଠାରେ କାହାର ମୃତ୍ୟୁ ହେଉଛି ତାହା ହେଲେ ତାକୁ ପ୍ଲେନ୍ ଜରିଆରେ ଅନ୍ୟ ସ୍ଥାନକୁ ପଠାଇ ଦିଆଯାଉଛି ।

Get real time updates directly on you device, subscribe now.