fbpx
BJD
BJD SKY
BJD SKY

ସେକ୍ସ ସମୟରେ ମହିଳାଙ୍କୁ ଅଚାନକ୍ ଆସିଲା ହାର୍ଟ ଆଟାକ୍, ଗୋଟିଏ ଭୁଲ୍ ଯୋଗୁଁ ଚାଲିଯାଇଥାନ୍ତା ଜୀବନ

BJD

ନୂଆଦିଲ୍ଲୀ: ହୃଦୟ ଉପରେ ଅଧିକ ଚାପ ପଡ଼ିବାରୁ କାହାକୁ ବି ଆସିପାରେ ହାର୍ଟ ଆଟାକ୍ । ଏପରି ପରିସ୍ଥିତିରେ ଆଜିକାଲି ଶରୀରରେ ହେଉଥିବା ଛୋଟ ଛୋଟ ପରିବର୍ତ୍ତନକୁ ବି ଅବହେଳା କରିବା ଉଚି୍ ନୁହେଁ । ଯଦି ଆପଣ କୌଣସି ଏପରି ଔଷଧ ଖାଉଛନ୍ତି, ଯାହାର ସାଇଡ ଇଫେକ୍ଟ ରହିଛି ତେବେ ଏଥିରୁ ସାବଧାନ୍ ରହିବା ଉଚିତ୍ । ଏହାକୁ ଅବହେଳା କରିବା ଦ୍ୱାରା କାହାର ମୃତ୍ୟୁ ବି ହୋଇପାରେ । କାହିଁକିନା ଜଣେ ମହିଳା ଅନଲାଇନ୍ ୱେବସାଇଡ ରେଡିଟରେ ୱାନ୍ ନାଇଟ୍ ଷ୍ଟାଣ୍ଡର ସେକ୍ସୁଆଲ ଆକ୍ଟିଭିଟି ପରେ ଅଚାନକ୍ ଆସିଥିବା କାର୍ଡିଏକ ଏପିସୋଡ ବା ହାର୍ଟ ଆଟାକ୍ ବିଷୟରେ କହିଛନ୍ତି ।

ମହିଳା ଜଣକ କହିଛନ୍ତି ଯେ, କିଛି ଦିନ ପୂର୍ବରୁ ସେ ନିଜ ସାଙ୍ଗର ବାହାଘର ପାର୍ଟିକୁ ଯାଇଥିଲେ । ସେଠାରେ ଜଣେ ବ୍ୟକ୍ତିଙ୍କ ସହ ତାଙ୍କର ଦେଖାହୋଇଥିଲା । ଅବଶ୍ୟ ସେମାନେ ବର୍ଷେ ହେବ ସୋସିଆଲ ମିଡିଆରେ ଜରିଆପେର ପରସ୍ପରକୁ ଜାଣିଥିଲେ । ବାହାଘେରରେ ସେମାନେ ଖୁବ ଡ୍ୟାନ୍ସ କରିଥିଲେ ଓ କଥା ହୋଇଥିଲେ । ବାହାଘର ପରେ ସେମାନେ ଦୁହେଁ ହୋଟେଲ ରୁମକୁ ଯାଇଥିଲେ ପରସ୍ପରର ନିକଟତର ହୋଇଥିଲେ । ପରେ ସେମାନଙ୍କ ମଧ୍ୟରେ ସେକ୍ସୁଆଲ ଆକ୍ଟିଭିଟି ମଧ୍ୟ ହୋଇଥିଲା ।

ଏହା ସହ ମହିଳା କହିଛନ୍ତି ଯେ, ‘ସେକ୍ସ ସମୟରେ ତାଙ୍କ ଛାତିରେ ଅଚାନକ୍ ଯନ୍ତ୍ରଣା ସୃଷ୍ଟି ହୋଇଥିଲା । ହୃଦସ୍ପନ୍ଦନ ତୀବ୍ର ହେବାରେ ଲାଗିଥିଲା । ମୁଣ୍ଡ ବୁଲାଇବା ସହିତ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହୋଇଥିଲା । ଏପରି ଘଟଣା ମହିଳାଙ୍କ ସହ ପ୍ରଥମ ଥର ହୋଇଥିଲା । ବିଶ୍ୱାସ ହୋଇନଥିଲେ ବି ତାଙ୍କୁ ପ୍ୟାନିକ୍ ଆଟାକ୍ ବା ହାର୍ଟ ଆଟାକ୍ ଆସିଥିଲା । ପୁଣି ତାଙ୍କର ମନେପଡିଲା କି, ସେ ଏପରି ଏକ ମେଡିସିନ୍ ନେଉଛନ୍ତି ଯାହାକି ହାର୍ଟ ସମ୍ବନ୍ଧୀୟ ରୋଗକୁ ବଢ଼ାଇପାରେ ।

ତାପରେ ମହିଳା କହିଛନ୍ତି ଯେ, ‘ସବୁଠାରୁ ବଡ଼ କଥା ହେଉଛି ଯେ ହୋଟେଲ ରୁମରେ ମୋ ସହିତ ଜଣେ ବୁଦ୍ଧିମାନ ବ୍ୟକ୍ତି ଥିଲେ । ସାଙ୍ଗେ ସାଙ୍ଗେ ସେ ମୋ ଅଣ୍ଟାକୁ ଘଷିବାକୁ ଲାଗିଲେ । ସେ ମୋତେ ଶାନ୍ତ କରାଇବାକୁ ଅନେକ ଚେଷ୍ଟା କରିଥିଲେ । ଅଚାନକ୍ ଯନ୍ତ୍ରଣା କମ୍ ହୋଇଥିଲା ଓ ମୋତେ ଆରାମ ମିଳିଥିଲା । ସକାଳେ ହୃଦ୍ରୋଗ ବିଶେଷଜ୍ଞଙ୍କୁ ଭେଟିବା ପରେ ମହିଳାଙ୍କର ଟେଷ୍ଟ ହୋଇଥିଲା ଓ ପୁରା ଘଟଣା ବିଷୟରେ ସେ ବୁଝାଇ କହିଥିଲେ ।

ପୂର୍ବରୁ ମହିଳା ହାର୍ଟ ସମ୍ବନ୍ଧୀୟ କିଛି ମେଡିସିନ୍ ନେଇଥିଲେ ଓ ତାଙ୍କୁ ନିର୍ଦ୍ଧାରିତ ସମୟରେ ଖାଦ୍ୟ ଖାଇବା ସହିତ ବ୍ୟାୟାମ, ଉତ୍ସାହଜନକ କାର୍ଯ୍ୟରୁ ନିବୃତ୍ତ କରିବାକୁ କୁହାଯାଇଥିଲା । ଅନେକ ଗବେଷକଙ୍କ କହିବା ମୁତାବକ, ସେକ୍ସ ମଣିଷ ପାଇଁ ଏକ ଏକ୍ସରସାଇଜ୍, କିନ୍ତୁ ଏହି ମାମଲାରେ ମହିଳାଙ୍କ ଅବହେଳା ଯୋଗୁଁ ସେକ୍ସ ସମୟରେ ତାଙ୍କୁ ଅଚାନକ୍ ହାର୍ଟ ଆଟାକ୍ ଆସିଥିଲା । ଅବଶ୍ୟ ମହିଳା ଜଣକ ଏବେ ଠିକ୍ ଅଛନ୍ତି । ଅନ୍ୟପଟେ ସୋସିଆଲ ମିଡିଆରେ ମହିଳାଙ୍କ ଏହି ଖୁଲାସାକୁ ନେଇ ଲୋକମାନେ ବିଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି ।

Get real time updates directly on you device, subscribe now.