fbpx

ମୁର୍ଦାଘରେ ମହିଳାଙ୍କ ଶବ ସହ ଦୁଷ୍କର୍ମ କରୁଥିଲା ଏହି ବ୍ୟକ୍ତି, ରେକର୍ଡ କରୁଥିଲା ଭିଡିଓ

ନୂଆଦିଲ୍ଲୀ: ଇଂଲଣ୍ଡରୁ ଏକ ଅତ୍ୟନ୍ତ ଆଶ୍ଚର୍ଯ୍ୟ କରିବା ପରି ଘଟଣା ସାମନାକୁ ଆସିଛି । ଏଠାକାର ଏକ ବ୍ୟକ୍ତି ୧୨ ବର୍ଷ ପର୍ଯ୍ୟନ୍ତ ମୁର୍ଦାଘର ଭିତରେ ମହିଳା ମାନଙ୍କ ଶବ ସହିତ ଦୁଷ୍କର୍ମ କରି ଆସୁଥିଲା । ସେ ପ୍ରାୟ ୧୦୦ ଜଣ ମହିଳାଙ୍କ ସହିତ ଶବ ଦୁଷ୍କର୍ମ କରିସାରିଥିବା ଜଣାପଡ଼ିଛି । ହେଲେ କାହାରିକୁ ଏ ସମ୍ପର୍କରେ ଆଦୌ ଜଣାପଡ଼ିନଥିଲା । ତେବେ ଏହିସବୁ କାଣ୍ଡ ସେ ମୁର୍ଦାଘରେ ଇଲେକ୍ଟ୍ରିସିଆନ୍ କାମ କରିବା ସମୟରେ କରୁଥିଲା ବୋଲି ଜଣାପଡ଼ିଛି । ଏହି ଅଭିଯୁକ୍ତଙ୍କୁ ପ୍ରାୟ ୩୪ ବର୍ଷ ପରେ ସଜ୍ଜା ଶୁଣାଯାଇଛି ।

ତେବେ ଏହିଭଳି ଏକ ଘଟଣା ଇଂଲଣ୍ଡର ଇଷ୍ଟ୍ ସସେକ୍ସର ହୋଇଥିବା ଏକ ରିପୋର୍ଟରୁ ଜଣାପଡ଼ିଛି । ରିପୋର୍ଟ ମୁତାବକ, ଏହି ମାମଲା ହିଥଫିଲ୍ଡ ସ୍ଥିତ ଏକ ମୁର୍ଦାଘରର ବୋଲି ଜଣାପଡ଼ିଛି । ଏହି ଅଭିଯୁକ୍ତର ନାଁ ଡେଭିଡ୍ ଫୁଲର୍ । ତେବେ ପୂରା ମାମଲା ସାମନାକୁ ଆସିବା ପରେ ତାକୁ ସଜ୍ଜା ଶୁଣାଯାଇଛି । ୧୨ ବର୍ଷ ଧରି ସେ ମହିଳାଙ୍କ ଶବ ସହିତ ଦୁଷ୍କର୍ମ କରିଆସୁଥିଲା ଓ ଏହାର ଭିଡିଓ ମଧ୍ୟ କରୁଥିଲା ।

୧୯୮୭ରୁ ୧୨ ବର୍ଷ ପର୍ଯ୍ୟନ୍ତ ହିଥଫିଲ୍ଡ ହସ୍ପିଟାଲର ଦୁଇଟି ମୁର୍ଦାଘରକୁ ଆସୁଥିବା ଶବ ସହିତ ରେପ୍ କରୁଥିଲା । ସେ ପାଖାପାଖି ୧୦୦ ଜଣ ମହିଳାଙ୍କ ଶବ ସହ ଏପରି କରିଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ଯାଞ୍ଚରୁ ଜଣାପଡ଼ିଛି ଯେ, ଫୁଲର୍ ବିଳମ୍ବିତ ରାତି ପର୍ଯ୍ୟନ୍ତ ମୁର୍ଦାଘରେ କାମ କରୁଥିଲା ଓ ସେ ସମୟରେ ସବ କର୍ମଚାରୀ ଘରକୁ ଚାଲି ଯାଉଥିଲେ । ଏହି ଘଟଣା ସେତେବେଳେ ସାମନାକୁ ଆସିଲା ଯେତେବେଳେ ସେ ଦୁଇଜଣ ମହିଳାଙ୍କୁ ହତ୍ୟା କରିଥିଲା । ଘଟଣାର ଯାଞ୍ଚରେ ଫୁଲର୍ ର ଡିଏନଏ ମିଳିଥିଲା । ଏହାପରେ ଅଭିଯୁକ୍ତ ଗିରଫ ହୋଇଥିଲା । ଏବେ ସେ ନିଜ ଦୋଷ ମାନିଥିବା ଜଣାପଡ଼ିଛି ।

ଏହାପରେ ଫୁଲର୍ ର ଘରେ ଯାଞ୍ଚ ଆରମ୍ଭ ହୋଇଥିଲା । ତା ଘରୁ ଅଶ୍ଳୀଳ ଫଟୋ, ଶବ ସହିତ ଦୁଷ୍କର୍ମ କରୁଥିବା ସମୟର ଅଶ୍ଳୀଳ ଭିଡିଓ, ହାର୍ଡ ଡ୍ରାଇଭ୍, ଫ୍ଲପି ଡିସ୍କ, ଡିଭିଡି ଏବଂ ମୋମୋରୀ କାର୍ଡ ଜବତ ହୋଇଛି ।

Get real time updates directly on you device, subscribe now.