fbpx

ଦଶମ ପାସ କରିଥିଲେ ମିଳିବ ସରକାରୀ ଚାକିରି: ଏମିତି କରିବେ ଆବେଦନ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଭାରତ କୋକିଙ୍ଗ କୋଲ ଲିମିଟେଡରେ ଦଶମ ପାଶ୍ କରିଥିବା ଆଶାୟୀଙ୍କୁ ଚାକିରି ମିଳିବ । ଅମିନ ଏବଂ ଡ୍ରେସର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଆବେଦନର ଅନ୍ତିମ ତାରିଖ ରହିଛି ସୋମବାର । ୨୩ ଅକ୍ଟୋବରରୁ ଅମିନ ଏବଂ ଡ୍ରେସର ପଦବୀ ପାଇଁ ଆବେଦନ ଆରମ୍ଭ ହୋଇଥିବା ବେଳେ ଅନ୍ତିମ ତାରିଖ ନଭେମ୍ବର ୮ ରହିଛି । ସମୁଦାୟ ୨୬ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଏହା ମଧ୍ୟରେ ୮ଟି ଅମିନ ଏବଂ ୧୮ଟି ଡ୍ରେସର ପଦବୀ ଖାଲି ରହିଛି ।

ଏହି ପଦବୀ ପାଇଁ କେବଳ ଅଫ୍ଲାଇନ ଆବେଦନ ଉପଲବ୍ଧ ବୋଲି ଜଣାପଡିଛି । ଆଶାୟୀ ପ୍ରାର୍ଥୀ ମାନେ ଭାରତ କୋକିଙ୍ଗ କୋଲ ଲିମିଟେଡର ଅଫିସିଆଲ ୱେବସାଇଟ https://www.bcclweb.in/ରୁ ଫର୍ମ ଡାଉନଲୋଡ କରି ଆବେଦନ କରିପାରିବେ । ଦଶମ ପାସ ଛାତ୍ରଛାତ୍ରୀ ଏହି ପଦବୀ ପାଇଁ ଆବେଦନ କରିପାରିବେ । ଏହା ସହିତ ଆଇଟିଆଇ ଡିଗ୍ରୀ ରହିବା ଆବଶ୍ୟକ ବୋଲି କୁହାଯାଇଛି । ଉପରୋକ୍ତ ୱେବସାଇଟରେ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ ସମସ୍ତ ସୂଚନା ହାସଲ କରିପାରିବେ । କେବଳ ଲିଖିତ ପରୀକ୍ଷା ମାଧ୍ୟମରେ ପ୍ରାର୍ଥୀଙ୍କୁ ଚୟନ କରାଯିବ । ୧୦୦ ମାର୍କ ବିଶିଷ୍ଟ ଏହି ପରୀକ୍ଷାଟି ୨ ଘଣ୍ଟା ଧରି ଅନୁଷ୍ଠିତ ହେବ । ସାଧାରଣ ଛାତ୍ରଛାତ୍ରୀଙ୍କ ପାଇଁ ପାଶ୍ ମାର୍କ ୪୦ ରହିଥିବା ବେଳେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଆଶାୟୀଙ୍କ ପାଇଁ ପାଶ୍ ମାର୍କ ୩୫ ରଖାଯାଇଥିବା ବେଳେ ଡିସେମ୍ବର ୭ ତାରିଖରେ ଏହି ପରୀକ୍ଷା ଅନୁଷ୍ଠିତ ହେବ ।

Get real time updates directly on you device, subscribe now.