ନିଜ ଟ୍ୟାଲେଣ୍ଟ ସହ ନ୍ୟାୟ କରୁନାହାଁନ୍ତି ଶାହାରୁଖ: ଜାଣନ୍ତୁ କାହିଁକି ଏମିତି କହିଲେ ମହେଶ ମଞ୍ଜେରକର

ମୁମ୍ବାଇ: ବଲଉଡର ପ୍ରସିଦ୍ଧ ଫିଲ୍ମ ନିର୍ଦ୍ଦେଶକ ମହେଶ ମାଞ୍ଜରେକଙ୍କ ଆଗାମୀ ଫିଲ୍ମ ‘ଅନ୍ତିମ: ଦ ଫାଇନାଲ ଟ୍ରୁଥ୍’ ନଭେମ୍ବର ୨୬ରେ ରିଲିଜ୍ ହେବାକୁଯାଉଛି । ଫିଲ୍ମରେ ସୁପରଷ୍ଟାର ସଲମାନ ଖାନ୍ ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମର ଟିମ୍ ଏହି ସମୟରେ ପ୍ରମୋଶନର ବ୍ୟସ୍ତ ଅଛି । ମହେଶ ମାଞ୍ଜରେକର ମଧ୍ୟ ଫିଲ୍ମକୁ ନେଇ ଆଶାବାଦୀ ଅଛନ୍ତି । ସେ ମଧ୍ୟ ଫିଲ୍ମର ସଫଳତା ପାଇଁ ଚେଷ୍ଟା କରୁଛନ୍ତି । ଏହାରି ମଧ୍ୟରେ ଏକ ସାକ୍ଷାତକାରରେ ସେ ବଲିଉଡ ବାଦଶାହା ଶାହାରୁଖ ଖାନଙ୍କୁ ନେଇ କିଛି ବଡ଼ କଥା କହିଛନ୍ତି ।

ମହେଶ ଏକ ସାକ୍ଷାତକାରରେ କହିଛନ୍ତି ଶାହାରୁଖ ତାଙ୍କ ପ୍ରତିଭା ସହ ନ୍ୟାୟ କରୁନାହାଁନ୍ତି । ସେ କେବଳ ଗୋଟିଏ ପ୍ରକାର ଚରିତ୍ର କରିବାକୁ ଚାହୁଛନ୍ତି ଏବଂ ଅନ୍ୟ କୌଣସି ପ୍ରକାର ଚରିତ୍ର କରିବାକୁ ଚାହୁନାହାନ୍ତି । ସେ ତାଙ୍କର ଲଭରବଏ ଇମେଜରୁ ବାହାରିବାକୁ ଚାହୁନାହାଁନ୍ତି ।

ମହେଶ ଶାହାରୁଖଙ୍କ ପ୍ରଂଶସା କରିବା କହିଛନ୍ତି ଶାହାରୁଖ ଜଣେ ସର୍ବୋତ୍ତମ ଅଭିନେତା । ତାଙ୍କୁ ତାଙ୍କର ପୂର୍ବ ଇମେଜରୁ ବାହାରିବା ଦରକାର ଏବଂ ଅନ୍ୟ ଚରିତ୍ରଗୁଡ଼ିକରେ ଚେଷ୍ଟା କରିବା ଦରକାର । ସେ ଆହୁରି କହିଛନ୍ତି ଶାହାରୁଖ ସେହି ଚରିତ୍ର କରୁଛନ୍ତି ଯାହା ଏବେ ରଣବୀର ଏବଂ ରଣବୀର ସିଂହ କରୁଛନ୍ତି । ହେଲେ ଫ୍ୟାନ ତାଙ୍କୁ ଏମିତି ଚରିତ୍ରରେ ଦେଖିବାକୁ ଚାହୁଛନ୍ତି ଯାହା କେବଳ ଶାହାରୁଖ କରିପାରିବେ । ତାଙ୍କୁ କେବଳ ନିଜ ଫ୍ରେମରୁ ବାହାରି କିଛି ଅଲଗା କରିବା ଦରକାର । ଏମିତି କରି ସେ ନିଶ୍ଚୟ କମାଲ କରିଦେଖାଇବେ ।

ଶାହାରୁଖ ନିଜର ଆଗାମୀ ଫିଲ୍ମରେ ମଧ୍ୟ ଅଲଗା କରିବାକୁ ଯାଉଛନ୍ତି । ତାଙ୍କର ଆଗାମୀ ଫିଲ୍ମ ‘ପଠାନ’ର ସୁଟିଂ ଶେଷ ପର୍ଯ୍ୟାୟରେ ରହିଛି ।