fbpx

ବଲିଉଡରେ ୫୨ ବର୍ଷ ପୂରଣ କଲେ ବିଗ୍ ବି, ପ୍ରଥମ ଫିଲ୍ମର ଫଟୋ ଦେଖି ଆଶ୍ଚର୍ଯ୍ୟ ହେଲେ ଫ୍ୟାନ୍

ମୁମ୍ବାଇ: ବଲିଉଡ ଅଭିନେତା ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରହିଥାନ୍ତି । ନିଜ ଫ୍ୟାନଙ୍କ ସହ ଯୋଡ଼ି ରହିଥାନ୍ତି ଅମିତାଭ । ଅନେକ ପୋଷ୍ଟ ମାଧ୍ୟମରେ ସେ ନିଜ ଫ୍ୟାନଙ୍କ ସହ ସୋସିଆଲ ମିଡିଆରେ ଯୋଡ଼ି ହୋଇରହିଥାନ୍ତି । ନିକଟରେ ଏକ ପୋଷ୍ଟ ସେୟାର କରିଥିଲେ ଯାହାକୁ ନେଇ ସେ ଚର୍ଚ୍ଚାକୁ ଆସିଛନ୍ତି । ଏହି ପୋଷ୍ଟ ଜରିଆରେ ବଲିଉଡରେ ନିଜର ୫୨ ବର୍ଷ ପୂରଣ କରିଥିବା ଖୁସି ଜାହିର କରିଥିଲେ ଅମିତାଭ । ସେ ତାଙ୍କର ପ୍ରଥମ ଫିଲ୍ମ ର ଏକ ଫଟୋ ସେୟାର କରିଥିଲେ । ଯେଉଁଥିରେ ଅମିତାଭ ଷ୍ଟାଇଲ ଲୋକଙ୍କୁ ଖୁବ ପସନ୍ଦ ଆସୁଛି ।

ଅମିତାଭ ବଚ୍ଚନ ନିଜ ଇନଷ୍ଟାଗ୍ରାମରେ ଆକାଉଣ୍ଟରେ ଏକ ବ୍ଲାକ ଆଣ୍ଡ ହ୍ୱାଇଟ ପୋଷ୍ଟ ସେୟାର କରିଥିଲେ । ଯାହାକୁ ଫ୍ୟାନ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ଏହି ଫଟୋରେ ସେ ଅଲଗା ନଜର ଦେଖାଯାଉଛନ୍ତି । ଏହାକୁ ସେୟାର କରିବା ସହ ସେ ଲେଖିଛନ୍ତି ସେ ବଲିଉଡରେ ୫ ଦଶକ ପୁରା କରିଛନ୍ତି ।

 

View this post on Instagram

 

A post shared by Amitabh Bachchan (@amitabhbachchan)

ସୂଚନାଯୋଗ୍ୟ, ଅମିତାଭଙ୍କ ପ୍ରଥମ ‘ସାତ୍ ହିନ୍ଦୁସ୍ତାନୀ’ ଫିଲ୍ମ ୭ ନଭେମ୍ବର ୧୯୬୯ରେ ରିଲିଜ୍ ହୋଇଥିଲା ।

Get real time updates directly on you device, subscribe now.