fbpx

୯ ବର୍ଷରେ ପ୍ରଥମ ଥର ପାଇଁ ନକଆଉଟରୁ ବାଦ ପଡିଲା ଭାରତ

ନୂଆଦିଲ୍ଲୀ:ଭାରତ ଚଳିତ କ୍ରିକେଟ ବିଶ୍ୱକପରୁ ବାଦ ପଡିଛି ଭାରତ । ଏହା ସହିତ ଦୀର୍ଘ ୯ ବର୍ଷ ପରେ ଏକ ଅଲୋଡା ରେକର୍ଡ ନିଜ ନାମରେ କରିଥିଲା ଭାରତ । ଆଫଗାନିସ୍ତାନ ପରାଜିତ ହେବା ସହିତ ବିରାଟ କୋହଲିଙ୍କ ଦଳ ସେମି ଦୌଡରୁ ବାଦ ପଡିଛି । ସ୍କଟଲାଣ୍ଡ ବିପକ୍ଷ ମ୍ୟାଚ ବାକି ରହିଥିବା ବେଳେ ଭାରତ ପାଇଁ ଏହା ଏହା କେବଳ ଔପଚାରିକତା ରହିଛି । ଭାରତ ପ୍ରଥମ ଦୁଇ ମ୍ୟାଚରେ ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ନିକଟରୁ ପରାଜିତ ହୋଇଥିଲା ।

ଏହାପରେ ଭାରତର ସେମି ଆଶା କ୍ଷୀଣ ହୋଇ ଯାଇଥିଲା । ତେବେ ଆଫଗାନିସ୍ତାନ ବିଜୟୀ ହେଲେ ଭାରତର ସେମି ପ୍ରବେଶ ସମ୍ଭାବନା ରହିଥିଲା । ମାତ୍ର ଆଫଗାନିସ୍ତାନ ପରାଜିତ ହେବା ସହିତ ନକ ଆଉଟ ପ୍ରବେଶରୁ ବଞ୍ଚିତ ହୋଇଛି । ଏହା ସହିତ ୨୦୧୨ ପରଠାରୁ ପ୍ରଥମ ଥର ପାଇଁ କୌଣସି ବିଶ୍ୱକପର ସେମିରେ ପ୍ରବେଶରୁ ବଞ୍ଚିତ ହୋଇଛି ଭାରତ । ବିରାଟ କୋହଲିଙ୍କ ଅନ୍ତିମ ବିଶ୍ୱକପ ହୋଇଥିଲେ ହେଁ ଭାରତ ନକ ଆଉଟକୁ ଉନ୍ନୀତ ନହେବା ପ୍ରଶଂସକଙ୍କୁ ନିରାଶ କରିଛି ।

Get real time updates directly on you device, subscribe now.