fbpx

ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରାଙ୍କୁ ମିଳିଲା ପଦ୍ମ ଭୂଷଣ ପୁରସ୍କାର, ରାଷ୍ଟ୍ରପତି କଲେ ସମ୍ମାନିତ

ନୂଆଦିଲ୍ଲୀ: ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରାଙ୍କୁ ପଦ୍ମ ଭୂଷଣ ପୁରସ୍କାରରେ ସମ୍ମାନିତ କରାଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋମବାର ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ସମାରୋହରେ ଆନନ୍ଦ ମହିନ୍ଦ୍ରାଙ୍କୁ ପଦ୍ମ ଭୂଷଣ ପୁରସ୍କାରରେ ସମ୍ମାନିତ କରିଛନ୍ତି । ୨୦୨୧ ପାଇଁ ରାଷ୍ଟ୍ରପତି  ୧୧୯ ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରିଛନ୍ତି । ଏଥିରେ ସାତ ପଦ୍ମ ବିଭୂଷଣ, ୧୦ ପଦ୍ମ ଭୂଷଣ ଓ ୧୦୨ ପଦ୍ମଶ୍ରୀ ପୁରସ୍କାର ସାମିଲ୍।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା ଓ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ତଥା ଅନେକ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ରାଷ୍ଟ୍ରପତି ବରିଷ୍ଠ ସମାଜବାଦୀ ନେତା ତଥା ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ଫର୍ଣ୍ଣାଡିଜ, ପୂର୍ବତନ ମନ୍ତ୍ରୀ ଅରୁଣ ଜେଟଲୀ ଏବଂ ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ଵରାଜଙ୍କୁ ମରୋଣତ୍ତର ଦେଶର ଦ୍ଵିତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମ ବିଭୂଷଣରେ ସମ୍ମାନିତ କରିଛନ୍ତି।

ମରିସସର ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ରହି ସାରିଥିବା ଅନିରୁଦ୍ଧ ଜଗନ୍ନାଥଙ୍କୁ ମଧ୍ୟ ପଦ୍ମ ବିଭୂଷଣରେ ଅଳଙ୍କୃତ କରାଯାଇଛି । ଶାସ୍ତ୍ରୀୟ ଗାୟକ ଚନ୍ନୁଲାଲ ମିଶ୍ର, ବକ୍ସର ମେରି କମ ଏବଂ ପେଜାଓ୍ଵର ମଠର ଦିବଙ୍ଗତ ପ୍ରମୁଖ ବିଶିଶ୍ଵ ତୀର୍ଥ ସ୍ଵାମୀଙ୍କୁ ମଧ୍ୟ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି।

Get real time updates directly on you device, subscribe now.