fbpx

କରୋନା ଟିକାକରଣ ପାଇଁ ୧ ମିଲିୟନ ଡଲାର ଜିତିଲେ ମହିଳା, ଜାଣନ୍ତୁ କିପରି

ନୂଆଦିଲ୍ଲୀ: କରୋନାର ମୁକାବିଲା କରିବାକୁ ବିଶ୍ୱର ସମସ୍ତ ଦେଶରେ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ଲୋକମାନଙ୍କୁ ଟିକା ନେବା ପାଇଁ ଅନେକ ପ୍ରୋତ୍ସାହନ ମଧ୍ୟ ଦିଆଯାଉଛି । ଏହାରି ମଧ୍ୟରେ ଅଷ୍ଟ୍ରେଲିଆର ଜୋଏନେ ଜୁ ନାମକ ଜଣେ ମହିଳା ଟିକାକରଣ ପରେ ୧ ମିଲିୟନ ଡଲାର ଜିତିଛନ୍ତି । ତେବେ ଲକ୍ଷାଧିକ ଅଷ୍ଟ୍ରେଲିଆବାସୀ ସୁରକ୍ଷା ପାଇଁ ସରକାରଙ୍କ ଆହ୍ୱାନକୁ ଜବାବ ଦେଇଥିଲେ ଓ ଜୀବନ ବଦଳାଉଥିବା ପୁରସ୍କାର ପାଇବା ପାଇଁ ଲଟେରୀରେ ସାମିଲ ହୋଇଥିଲେ । ଅଷ୍ଟ୍ରେଲିଆର ଯେକୌଣସି ବି ବ୍ୟକ୍ତି ଏଥିରେ ମିଲିୟନ ଡଲାର ଜିତିବା ଆଶାରେ ସାମିଲ ହୋଇଥିଲେ । ଗତ ସପ୍ତାହରେ ହିଁ ଏହାର ରେଜଲ୍ଟ ଘୋଷଣା କରାଯାଇଛି ।

ଜୋଏନେ ଜୁ ଏକ ବଡ଼ ଚେକ୍ ପାଇବା ପରେ ଗ୍ରାଣ୍ଡ ପୁରସ୍କାର ବିଜେତା ଭାବରେ ମନୋନୀତ ହୋଇଥିଲେ । ଅଷ୍ଟ୍ରେଲିଆବାସୀଙ୍କ ମଧ୍ୟରେ ଟିକାକରଣ ହାରକୁ ଅଧିକ ପ୍ରୋତ୍ସାହିତ କରିବା ପାଇଁ ପୁରସ୍କାର ଦେବାପାଇଁ ଡୋନୋର ଓ ନିଗମ ପକ୍ଷରୁ ଏହାର ଆୟୋଜନ କରାଯାଇଥିଲା । ଏଥିରେ ବିଜତା ହୋଇଥିବା ଜୋଏନେ ଜୁ କହିଛନ୍ତି ଯେ, ‘ମୁଁ ମୋ ପରିବାରକୁ ଫାଷ୍ଟ-କ୍ଲାସ ଶ୍ରେରୀରେ ଉଡ଼ାଇବାକୁ ଚାହୁଁଛି ଓ ଯଦି ବର୍ଡର ଖୋଲା ତେବେ ସେମାନଙ୍କୁ ନୂଆ ବର୍ଷ ପାଇଁ ସେମାନଙ୍କୁ ଚୀନର ଏକ ୫ ଷ୍ଟାର ହୋଟେଲରେ ରଖିବାକୁ ଚାହୁଁଛି । ମୁଁ ମୋ ପରିବାର ପାଇଁ କିଛି ଉପହାର କିଣିବି ଓ ବାକି ଟଙ୍କା ନିବେଶ କରିବି, ଫଳରେ ଭବିଷ୍ୟରେ ମୁଁ ଅଧିକ ଟଙ୍କା ରୋଜଗାର କରିପାରିବି ଓ ଲୋକମାନଙ୍କୁ ସାହାର୍ଯ୍ୟ କରିପାରିବି ।’

ତେବେ ଏହି ପୁରସ୍ମାର ଟଙ୍କା ସେ ଜିତିବେ ବୋଲି ତାଙ୍କର ବିଶ୍ୱାସ ହେଉନଥିଲା । ଯେବେ ଅଧିକାରୀମାନେ ତାଙ୍କୁ ଫୋନ କରି ଡାକିଲେ ଓ ଫୋନରେ ସବୁ କଥା କହିଥିଲେ , ସେବେ ତାଙ୍କର ବିଶ୍ୱାସ ହୋଇଥିଲା । ପୁରା ଅଷ୍ଟ୍ରେଲିଆରେ ସେ ହିଁ କେବଳ ଏହି ପୁରସ୍କାର ଜିତିବାର ସୌଭାଗ୍ୟ ଅର୍ଜନ କରିଛନ୍ତି ।

Get real time updates directly on you device, subscribe now.