fbpx

ଲାଞ୍ଚୁଆ RIଙ୍କୁ ୩ ବର୍ଷ ଜେଲଦଣ୍ଡ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ସରକାରୀ ବାବୁଙ୍କ ଲାଞ୍ଚ କାରବାର ବଢ଼ିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ଜଣେ ଲାଞ୍ଚୁଆ ଆରଆଇଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ଏଥିସହ ତାଙ୍କୁ ୧୦ ହଜାର ଟଙ୍କା ଜରିମାନା ଦଣ୍ଡ ଦିଆଯାଇଛି । ଫୁଲବାଣୀ ଜିଲ୍ଲା ବାଘିଆପଡ଼ା ଆରଆଇ ଗଜେନ୍ଦ୍ର ଦିଗାଲଙ୍କୁ ଏହି ଦଣ୍ଡାଦେଶ ଶୁଣାଇଛନ୍ତି ଭିଜିଲାନ୍ସ କୋର୍ଟ । ଗତ ୨୦୧୭ ମସିହାରେ ଗଜେନ୍ଦ୍ର ୭ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଥିଲେ । ଉକ୍ତ ମାମଲାର ବିଚାର କରି ଆଜି ଭିଜିଲାନ୍ସ କୋର୍ଟ ଗଜେନ୍ଦ୍ରଙ୍କୁ ଜେଲଦଣ୍ଡ ସହ ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି ।

Get real time updates directly on you device, subscribe now.