fbpx

ରାଫେଲ୍ ଘୋଟାଲାକୁ ନେଇ ନୂଆ ଖୁଲାସା: ମଧ୍ୟସ୍ଥି ମାଧ୍ୟମରେ ଦିଆଯାଇଛି ୬୫ କୋଟି, ନେଇଛି କିଏ କଂଗ୍ରେସ ନା ବିଜେପି?

ନୂଆଦିଲ୍ଲୀ: ଫ୍ରାନ୍ସ ସହ ହୋଇଥିବା ରାଫେଲ ଡିଲକୁ ନେଇ ପୁଣି ଥରେ ଉଠିଛି ଝଡ଼ । ତେବେ ଫ୍ରାନ୍ସର ପବ୍ଲିକେଶନ ମିଡ଼ିଆପାର୍ଟର ଏକ ରିପୋର୍ଟକୁ ନେଇ କଂଗ୍ରେସ ଓ ବିଜେପି ମୁହାଁମୁହିଁ ହୋଇଛନ୍ତି । ସୁଶେନ ଗୁପ୍ତ ନାମକ ଜଣେ ମଧ୍ୟସ୍ଥିଙ୍କୁ ୭.୫ ମିଲିୟନ ୟୁରୋ ଅର୍ଥାତ ୬୫ କୋଟି ଟଙ୍କା ପ୍ରଦାନ କରାଯାଇଥିବା ରିପୋର୍ଟରେ କୁହାଯାଇଛି । ଏହି ଡିଲ ଖୁଲାସାକୁ ନେଇ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଡ୍ରା ସରକାରଙ୍କୁ ଘେରିଛନ୍ତି । ତେବେ କଂଗ୍ରେସ କମିଶନ ନେଇଥିବା ନେଇ ପାଲଟା ଅଭିଯୋଗ ଆଣିଛନ୍ତି ବିଜେପି ମୁଖପାତ୍ର ସମ୍ବିତ ପାତ୍ରା ।

ଏନେଇ କଂଗ୍ରେସ ପ୍ରବକ୍ତା ପବନ ଖେଡ଼ା କହିଛନ୍ତି ଯେ, ରାଫେଲ ଘୋଟାଲା କେବଳ ୬୦ରୁ ୮୦ କୋଟି ଟଙ୍କାର କମିଶନ ମାମଲାକୁ ନେଇ ନୁହେଁ, ବରଂ ଏହା ପ୍ରତିରକ୍ଷା କ୍ଷେତ୍ରର ବଡ଼ ଘୋଟାଲା। ତେଣୁ ସରକାର ସ୍ୱତନ୍ତ୍ର ଭାବେ ଏହାକୁ ଯାଞ୍ଚ କରିବା ଉଚିତ୍ । ଗତ ୨୦୧୯ ମାର୍ଚ୍ଚ ୨୬ରେ କରାଯାଇଥିବା ରେଡରେ ମଧ୍ୟସ୍ଥିଠାରୁ ପ୍ରତିରକ୍ଷା ମନ୍ତ୍ରଣାଳୟର କିଛି ଗୋପନୀୟ ଦସ୍ତାବିଜ ଜବତ ହୋଇଥିଲା । ଏହା ରାଷ୍ଟ୍ରୀୟ ସୁରକ୍ଷା, ଦେଶଦ୍ରୋହ, ଅଫିସିଆଲ ସିକ୍ରେଟ ଆକ୍ଟର ଉଲ୍ଲଂଘନ ବୋଲି ସେ କହିଥିଲେ । ସେହିପରି ସମ୍ବିତ ପାତ୍ରା କହିଛନ୍ତି ଯେ, କଂଗ୍ରେସ ସରକାର ଅମଳରେ ଗତ ୨୦୦୭ରୁ ୨୦୧୨ ମଧ୍ୟରେ ରାଫେଲ ଡିଲରେ ଭ୍ରଷ୍ଟାଚାର ହୋଇଥିଲା । ରାହୁଲ ଗାନ୍ଧୀ ଏହାକୁ ନେଇ ଦେଶବାସୀ ମିଥ୍ୟା ତଥ୍ୟ ପ୍ରଦାନ କରିଥିଲେ । କଂଗ୍ରେସ ଅମଳରେ ଜିପ, ବୋଫର୍ସ, ଅଗଷ୍ଟା ୱେଷ୍ଟଲାଣ୍ଡ ଆଦି ଘୋଟାଲା ହେବା ସହ କମିଶନ ନେଣଦେଣ ହୋଇଥିଲା । ୟୁପିଏ ସରକାର ଅମଳରେ ହୋଇଥିବା ଡିଲରେ ୬୫ କୋଟିର କମିଶନ ସାମିଲ ଥିଲା । ମୋଦି ସରକାର କ୍ଷମତାକୁ ଆସିବା ପରେ ଡିଲ କରାଯାଇ ଦେଶକୁ ରାଫେଲ ଆସିପାରିଥିଲା ବୋଲି ଶ୍ରୀ ପାତ୍ରା କହିଛନ୍ତି ।

Get real time updates directly on you device, subscribe now.