fbpx

ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ; ପୁଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ଗଳାକାଟି ହତ୍ୟା

ମାଲକାନଗିରି: ପୁଣି ମାଓବାଦୀ ନିଜର ଉପସ୍ଥିତି ଜାହିର କରିଛନ୍ତି । ପୁଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ଗଳାକାଟି ହତ୍ୟା କଲେ ମାଓବାଦୀ ।

ସୂଚନା ମୁତାବକ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡା ଜିଲ୍ଲାରେ ଟଟେମ ଗାଁରେ ପୁଲିସ ଇନଫର୍ମର ସନ୍ଦେହ କରି ସରପଞ୍ଚଙ୍କ ପୁଅକୁ ଧାରୁଆ ଅସ୍ତ୍ରରେ ଗଳା କାଟି ହତ୍ୟା କରିଛନ୍ତି ମାଓବାଦୀ। ମୃତକଙ୍କ ନାଁ ଉମେଶ ମରକମ। ସେ ପୁଲିସ ଇନଫର୍ମର ଭାବେ କାର୍ଯ୍ୟ କରୁଥିଲେ ବୋଲି ଦର୍ଶାଇ ଟଟେମକଲ୍ୟାଣ ଏରିଆ କମିଟି ମାଓ ସଙ୍ଗଠନ ଏଭଳି ହିଂସାକାଣ୍ଡ ଘଟାଇଥିବା ଦନ୍ତେୱାଡା ଏସପି ଅଭିଷେକ ପଲ୍ଲବ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.